fbpx

ପାକିସ୍ତାନ ପଳାଅ ଫାରୁକ୍ ଅବଦୁଲ୍ଲା: ଜାଣନ୍ତୁ କାହିଁକି ଏମିତି କହିଲେ ବିଜେପି ମନ୍ତ୍ରୀ

ନୂଆଦିଲ୍ଳୀ: ଯଦି ପାକିସ୍ତାନ ପସନ୍ଦ ତାହେଲେ ସେଠାକୁ ପଳେଇ ଯାଅ । ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ଉଦ୍ଦେଶ୍ୟରେ ଏମିତି କିଛି ବୟାନ ଦେଇଛନ୍ତି ବିଜେପି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଭାରତ-ପାକିସ୍ତାନ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ଉପରେ ଫାରୁକ୍ ଗୁରୁତ୍ୱ ଦେଉଥିବା ବେଳେ ଶାନ୍ତି ଆଲୋଚନା ଜରୁରୀ ବୋଲି କହିଥିଲେ ଫାରୁକ୍ । ଏହି ମନ୍ତବ୍ୟକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଫାରୁକଙ୍କୁ ଆକ୍ରମଣ କରିଥିଲେ ।

ଯଦି ଫାରୁକଙ୍କୁ ପାକିସ୍ତାନ ଏତେ ପସନ୍ଦ ତେବେ ସେ ଭାରତ ଛାଡି ପାକିସ୍ତାନ ପଳାଇ ଯାଆନ୍ତୁ । ଭାରତରେ ରହିବାକୁ ତାଙ୍କୁ କେହି ବାଧ୍ୟ କରୁନାହିଁ ବୋଲି କହିଛନ୍ତି ଯୋଶୀ । ସୋମବାର ଫାରୁକ୍ ଅବଦୁଲ୍ଲାଙ୍କ ବିବାଦୀୟ ବୟାନକୁ ନେଇ ନିଜର ବୟାନ ରଖିଥିଲେ ଯୋଶୀ । ଯଦି ଚୀନ ସହିତ ସୀମା ବିବାଦ ସତ୍ତେ୍ୱ ଆମେ ଆଲୋଚନା କରୁଛେ ତାହେଲେ ପାକିସ୍ତାନ ସହିତ ଆଲୋଚନାରେ କ୍ଷତି କେଉଁଠି ବୋଲି ପ୍ରଶ୍ନ ଉଠାଇଥିଲେ ଫାରୁକ୍ । ଏହା ସହିତ କହିଥିଲେ କି, ପାକିସ୍ତାନ ସହିତ ସମସ୍ୟା ସମାଧାନ କରିବା ପାଇଁ ହୃଦୟ ଜିତିବା ଆବଶ୍ୟକ । ଏପରି ବୟାନକୁ ନେଇ ବିଭିନ୍ନ ଆଡୁ ଅବଦୁଲ୍ଲାଙ୍କୁ ସମାଲୋଚନା କରାଯାଇଥିଲା ।

Get real time updates directly on you device, subscribe now.