fbpx

ଭାରତରେ ପହଞ୍ଚିବା ମାତ୍ରେ ଗିରଫ ହେଲେ ପ୍ରଜୱାଲ ରେଭନ୍ନା; ଆପତ୍ତିଜନକ ଭିଡିଓ ମାମଲାରେ ପଚରାଉଚରା କରିବ SIT

Advertisement

ନୂଆଦିଲ୍ଲୀ: ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଘଟଣାରେ ଗିରଫ ହେଲେ ପ୍ରଜୱାଲ ରେଭନ୍ନା । କର୍ଣ୍ଣାଟକର ହାସନରୁ ସାଂସଦ ପ୍ରଜୱାଲ ରେଭାନ୍ନା ଶୁକ୍ରବାର ସକାଳେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ପୋଲିସ ତାଙ୍କୁ ଗିରଫ କରିଛି । ଜେଡିଏସର ନିଲମ୍ବିତ ସାଂସଦ ପ୍ରଜୱାଲ ଶହ ଶହ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ସହ ସେମାନଙ୍କର ଭିଡିଓ ଉତ୍ତୋଳନ କରିଥିବା ଅଭିଯୋଗରେ ଗିରଫ । ହାସନରେ ଲୋକସଭା ନିର୍ବାଚନ ପୂର୍ବରୁ ରେଭାନ୍ନାଙ୍କ ଭିଡିଓ ଭାଇରାଲ ହେବା ପରେ ସେ ଜର୍ମାନୀ ପଳାଇଥିଲେ ପ୍ରଜୱାଲ ।

କର୍ଣ୍ଣାଟକ ପୋଲିସର ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ପ୍ରଜ୍ୱଲ ରେଭାନ୍ନାଙ୍କ ଭାରତ ଆଗମନ ସମ୍ପର୍କରେ ଇଣ୍ଟରପୋଲ୍ ଠାରୁ ସୂଚନା ପାଇଥିଲା । ଏସ୍ଆଇଟି, ବେଙ୍ଗାଲୁରୁ ପୋଲିସ ଏବଂ ଇମିଗ୍ରେସନ୍ ଅଧିକାରୀମାନେ ଶୁକ୍ରବାର ସକାଳେ ବିମାନବନ୍ଦରରେ ପହଞ୍ଚି ଗିରଫ କରିଛନ୍ତି ।  ଭାଇରାଲ ଭିଡିଓ କୁ ନେଇ ଏବେ ତାଙ୍କୁ ପଚରାଉଚରା କରିବ ଏସଆଇଟି । କିଛି ଦିନ ତଳେ ପ୍ରଜ୍ୱଲ ରେଭାନ୍ନା ଏକ ଭିଡିଓ ଜାରି କରି ଭାରତ ଫେରିବା ନେଇ ସୂଚନା ଦେଇଥିଲେ ।

ସେହିପରି ସର୍ଜୱାଲ ରେଭନ୍ନାଙ୍କ ସହ ଏସଆଇଟି ବେଙ୍ଗାଲୁରୁସ୍ଥିତ ସିଆଇଡି କାର୍ଯ୍ୟାଳୟରେ ପହଞ୍ଚିଛି । ଯୌନ ନିର୍ଯାତନା ଅଭିଯୋଗର ସମ୍ମୁଖୀନ ହୋଇଥିବା ନିଲମ୍ବିତ ଜେଡିଏସ୍ ନେତା ରେଭନ୍ନାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ଏଠାକୁ ନିଆଯିବ । ଏବେ ତାଙ୍କୁ ପଚରାଉଚରା କରାଯିବା ସହ ଏହି ଅପରାଧରେ ସମ୍ପୃକ୍ତ ଅନ୍ୟମାନଙ୍କ ନାମ ଜାଣିବାକୁ ଚେଷ୍ଟା କରାଯିବ ।

 

Get real time updates directly on you device, subscribe now.