fbpx

ଇତିହାସ ରଚିଲେ ପ୍ରମୋଦ ଭଗତ; ପ୍ରଥମ ଓଡ଼ିଆ ଭାବେ ଜିତିଲେ ଖେଳରତ୍ନ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଆ ପାରା ଅଲିମ୍ପିଆନ ପ୍ରମୋଦ ଭଗତ ରାଜ୍ୟ ପାଇଁ ଆଉ ଏକ ସଫଳତା ହାସଲ କରିଛନ୍ତି । ପ୍ରଥମ ଓଡ଼ିଆ ଆଥଲେଟ ଭାବରେ ଖେଳରତ୍ନ ପୁରସ୍କାର ହାସଲ କରିବାକୁ ଯାଉଛନ୍ତି ପ୍ରମୋଦ ଭଗତ । ପ୍ରମୋଦ ଚଳିତ ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱଣ୍ଣର୍କ ପଦକ ହାସଲ କରିଥିଲେ । ଏହା ବ୍ୟତିତ ଆଥଲେଟିକ୍ସରେ ପ୍ରଥମ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ସମେତ ୧୧ ଜଣଙ୍କୁ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।

ନୀରଜଙ୍କ ବ୍ୟତିତ ରବି ଦାହିୟା, ପି ଆର ଶ୍ରୀଜେସ୍, ଲଭଲିନା ବୋର୍ଗୋହେନ୍, ସୁନୀଲ ଛେତ୍ରୀ, ମିଥାଲି ରାଜ, ସୁମିତ ଆଣ୍ଟିଲ, ଅବନୀ ଲେଖାରୀ, କ୍ରିଷ୍ଣା ନଗର ଏବଂ ମନୀଷ ନରୱଲଙ୍କୁ ମନୋନୀତ କରାଯାଇଛି ।

Get real time updates directly on you device, subscribe now.