fbpx

ଲଗାତାର ତୃତୀୟ ଦିନ ସୋନିଆଙ୍କ ସହ ପ୍ରଶାନ୍ତ କିଶୋରଙ୍କ ବୈଠକ, ୨୦୨୪ ପାଇଁ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ୧୦ ଜନପଥ ବାସଭବନରେ ଆଜି ମଧ୍ୟ ବଡ ବୈଠକ ବସିଛି। ଆଉ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର ଆଜି ମଧ୍ୟ କଂଗ୍ରେସର ବଡ ନେତାଙ୍କ ସାମ୍ନାରେ ନିର୍ବାଚନୀ ରଣନୀତି ବିଷୟରେ ନିଜର ଯୋଜନା ଉପସ୍ଥାପନ କରୁଛନ୍ତି। ଲଗାତାର ତୃତୀୟ ଦିନ ପ୍ରଶାନ୍ତ କିଶୋର କଂଗ୍ରେସ ଅଧ୍ୟକ୍ଷ ଏବଂ ପାର୍ଟି ନେତାଙ୍କ ସହ ବୈଠକ କରିଛନ୍ତି। ଗତକାଲି ମଧ୍ୟ ୪ ଘଣ୍ଟା ଧରି ବୈଠକ ଚାଲିଥିଲା। ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରଶାନ୍ତ କିଶୋର କଂଗ୍ରେସର ରଣନୀତି ପ୍ରସ୍ତୁତ କରୁଛନ୍ତି।

ଆଜିର ବୈଠକରେ ସୋନିଆ ଗାନ୍ଧୀ, କମଲନାଥ, ଦିଗବିଜୟ ସିଂହ, ମୁକୁଲ ଓ୍ଵାସନିକ, କେସି ବେଣୁଗୋପାଳ,.ଅମ୍ବିକା ସୋନି ଉପସ୍ଥିତ ଅଛନ୍ତି। ମଧ୍ୟ ପ୍ରଦେଶ ଉପରେ ମଧ୍ୟ ଆଜି ବୈଠକରେ ଆଲୋଚନା ହେବ। ଆସନ୍ତାବର୍ଷ ମଧ୍ୟ ପ୍ରଦେଶରେ ମଧ୍ୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ବୈଠକରେ କମଲନାଥ ଉପସ୍ଥିତ ଥିଲେ। ଏହା ପୂର୍ବରୁ ଏପ୍ରିଲ ୧୭ରେ ପ୍ରଶାନ୍ତ କିଶୋର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଏବଂ ପାର୍ଟିର ବରିଷ୍ଠ ନେତାଙ୍କ ସହ ବୈଠକ କରିଥିଲେ।

Get real time updates directly on you device, subscribe now.