ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର, ୧୩ା୭(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏକ ଚିଠି ଲେଖିଛନ୍ତି । ସେ ଚିଠିରେ ଆଗାମୀ ଦୁଇମାସ ଯାଏ ନିଯୁକ୍ତି ବନ୍ଦ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି । ଏହାସହ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନଦେଇ ପ୍ରତି ବଦଳରେ ଯୁବକଙ୍କୁ ସୁଯୋଗ ଦେବାକୁ ସେ ଅନୁରୋଧ କରିଛନ୍ତି ।

ଉଲ୍ଳେଖଯୋଗ୍ୟ ଯେ ଗତ ୭ ତାରିଖ ଦିନ ସରକାରୀ ଅଧିକାରୀ ଓ ବିଭାଗ ପାଇଁ ଗାଇଡ଼ଲାଇନ ଜାରି କରାଯାଇଥିଲା । ଆସନ୍ତା ୨ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ସରକାରୀ ପଦବୀ ସୃଷ୍ଟି ହେବନାହିଁ । କେବଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ଏହି ନିୟମ ଲାଗୁ ନକରିବାକୁ କୁହାଯାଇଥିଲା ।