fbpx

ସାଂସଦ ପ୍ରତାପ ଷଢ଼ଙ୍ଗୀଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ରେଫର

ଭୁବନେଶ୍ୱର:ବିଗୁଡିଛି ସାଂସଦ ପ୍ରତାପ ଷଢ଼ଙ୍ଗୀଙ୍କ ସ୍ୱାସ୍ଥ୍ୟବସ୍ଥା । ଯାହା ପାଇଁ ଆଜି ତାଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ରେଫର କରାଯାଇଛି । ସୂଚନାମୁତାବକ ସାସଂଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ ଥିବା କଥା କାଲି ପ୍ରକାଶ ପାଇଥିଲା । ଅସୁସ୍ଥ ହୋଇଥିବାରୁ ତାଙ୍କୁ ବାଲେଶ୍ୱର ଏଫଏମ୍ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛିି । ଗତ ତିନି ଧରି ଥଣ୍ଡା ଏବଂ ଜ୍ୱରରେ ପ୍ରତାପ ଷଡ଼ଙ୍ଗୀ ଆକ୍ରାନ୍ତ ହୋଇଛନ୍ତି । ଆଜି ଦୁର୍ବଳ ଅନୁଭବ କରିବାରୁ ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ନିମୋନିଆ ହେଇଥିବା ସୂଚନା ମିଳିଥିଲା ।

ସୂଚନା ଅନୁଯାୟୀ ଛାତିରେ ଯନ୍ତ୍ରଣା ହେବାରୁ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ଡାକ୍ତର ତାଙ୍କର ଚିକିତ୍ସା କରୁଥିଲେ କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ପରିବର୍ତ୍ତନ ନ ଆସିବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ରେଫର କରାଯାଇଛି । ତେବେ ପୂର୍ବରୁ ମଧ୍ୟ ପ୍ରତାପ ଷଡ଼ଙ୍ଗୀଙ୍କର ହାର୍ଟ ସଜରୀ ହୋଇଥିଲା । ଆବଶ୍ୟକ ପଡ଼ିଲେ ତାଙ୍କର ଅଧିକ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.