fbpx

ଭାରତ-ଶ୍ରୀଲଙ୍କା ପ୍ରଥମ T-20 ଆଜି: ବିଜୟରୁ ମିଶନ-୨୦୨୩ ଆରମ୍ଭ କରିବ ଟିମ୍ ଇଣ୍ଡିଆ, ଦେଖନ୍ତୁ ସମ୍ଭାବ୍ୟ ପ୍ଲେଇଂ-୧୧

ନୂଆଦିଲ୍ଲୀ: ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ମୁକାବିଲା ଆରମ୍ଭ ହେବାକୁ ଯାଉଛି । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମରେ ଭାରତର ଅଗ୍ନିପରୀକ୍ଷା ହେବ । ନୂଆ ବର୍ଷରେ ବିଜୟରୁ ଶୁଭାରମ୍ଭ କରି ଟିମ୍ ଇଣ୍ଡିଆ ମିଶନ-୨୦୨୩ ଆଡ଼କୁ ଅଗ୍ରସର ହେବ । ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭ଟା ସମୟରେ ଆଜିର ମ୍ୟାଚ ଆୟୋଜିତ ହେବ ।

ଆଜିର ମ୍ୟାଚରେ ଈଶାନ କିଶନଙ୍କ ସହିତ ଶୁଭମନ ଗିଲ ଓପନିଂ କରିପାରନ୍ତି । ଋତୁରାଜ ଗାଏକୱାଡ଼ ସ୍କ୍ୱାଡରେ ଥିବାରୁ ତାଙ୍କୁ ପ୍ଲେଇଂ-୧୧ରେ ସ୍ଥାନ ମିଳିପାରେ । ଏହାପରେ ତୃତୀୟ ସ୍ଥାନରେ ସଞ୍ଜୁ ସାମସନ ଆସିପାରନ୍ତି । ଉପଅଧିନାୟକ ସୂର୍ଯ୍ୟକୁମାର ଯାଦବ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିପାରନ୍ତି । ଏହାପରେ ଦୀପକ ହୁଦା ଓ ହାର୍ଦ୍ଦିକ ବ୍ୟାଟିଂ କରିବାର ସମ୍ଭାବନା ରହିଛି ।

ଆଜିର ମ୍ୟାଚରେ ଅକ୍ଷର ପଟେଲ ଓ ୱାଶିଂଟନ ସୁନ୍ଦରଙ୍କୁ ସୁଯୋଗ ମିଳିପାରେ । ଦୁଇ ଖେଳାଳି ଉଭୟ ବ୍ୟାଟିଂ ଓ ବୋଲିଂରେ ଶାନଦାର ଯୋଗଦାନ ଦେଇଛନ୍ତି । ନିକଟରେ ସୁନ୍ଦର ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ । ପାୱାର ପ୍ଲେରେ ସୁନ୍ଦରଙ୍କର ଅନେକ ଅଭିଜ୍ଞତା ରହିଛି । ସ୍ପିନ ସ୍ପେଶାଲିଷ୍ଟ ଭାବେ ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କୁ ଚାନ୍ସ ମିଳିପାରେ ।

ସେହିପରି ହର୍ଷଲ ପଟେଲ, ଉମରାନ ମଲିକ ଓ ଅର୍ଶଦୀପ ସିଂହ ପେସ୍ ବୋଲର ହିସାବରେ ସେମାନଙ୍କର ପ୍ରଥମ ଟି-୨୦ ଖେଳିପାରନ୍ତି । ସମ୍ଭାବ୍ୟ ପ୍ଳେଇଂ-୧୧- ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଈଶାନ କିଶନ (ୱିକେଟ କିପର), ଶୁଭମନ ଗିଲ, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଦା, ୱାଶିଂଟନ ସୁନ୍ଦର, ହର୍ଷଲ ପଟେଲ, ୟୁଜବେନ୍ଦ୍ର ପଟେଲ, ଉମରାନ ମଲିକ, ଅର୍ଶଦୀପ ସିଂହ ।

Get real time updates directly on you device, subscribe now.