fbpx

ରେଳମନ୍ତ୍ରୀଙ୍କ ବଡ ଘୋଷଣା, ବଦଳିବ ଏହି ପ୍ରସିଦ୍ଧ ଟ୍ରେନର ନାମ

ନୂଆଦିଲ୍ଲୀ :ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ଦେଶର ଏକ ପ୍ରସିଦ୍ଧ ଟ୍ରେନର ନାମ ପରିବର୍ତ୍ତନ କରିବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଅହମ୍ମଦାବାଦ ମଧ୍ୟରେ ଦିଲ୍ଲୀ ମଧ୍ୟରେ ଚାଲୁଥିବା ସମ୍ପର୍କ କ୍ରାନ୍ତିଙ୍କ ନାମ ଏକ୍ସପ୍ରେସରେ ପରିବର୍ତ୍ତିତ ହେଇ ଅକ୍ଷରଧାମ ଏକ୍ସପ୍ରେସ ରଖାଯିବ ବୋଲି କୁହାଯାଇଛି ଯାହାକି ବିଏପିଏସ ସ୍ୱାମୀନାରାୟଣ ସଂସ୍ଥାର ଆଧାତ୍ମିକ ଗୁରୁ ସ୍ୱାମୀ ମହାରାଜଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ପରିବର୍ତ୍ତନ କରାଯାଇଛି ।

ଡିସେମ୍ବର ୧୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିପିଏସର ବର୍ତ୍ତମାନର ମୁଖ୍ୟ ମହନ୍ତ ସ୍ୱାମୀମହାରାଜଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ବିଏପିଏସ ସ୍ୱାମୀନାରାୟଣ ସମ୍ପ୍ରଦାୟର ପ୍ରମୂଖ ସ୍ୱାମୀଙ୍କ ଏକ ମାସର ଶତବାର୍ଷିକୀ ଉତ୍ସବରେ ରେଳମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଅହମ୍ମଦାବାଦ ସହର ଉପକଣ୍ଠରେ ୬୦୦ ଏକର ଜମିରେ ନିର୍ମିତ ପ୍ରମୁଖ ସ୍ୱାମୀ ମହାରାଜ ନଗର ଠାରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ବୈଷ୍ଣବ କହିଛନ୍ତି ଯେ ଦିଲ୍ଲୀକୁ ଅହମ୍ମଦାବାଦ ସହ ସଂଯୋଗ କରୁଥିବା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସକୁ ଖୁବ ଶୀଘ୍ର ଅକ୍ଷରଧାମ ଏକ୍ସପ୍ରେସ ନାମରେ ନାମିତ କରାଯିବ।

ବିଏପିଏସ ର ବର୍ତ୍ତମାନର ମହନ୍ତ ସ୍ୱାମୀ ମହାରାଜଙ୍କ ଆଶୀର୍ବାଦ ଏବଂ ସମ୍ପ୍ରଦାୟର ମାନବିକ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଉଲ୍ଲେଖନୀୟ କଥା ହେଉଛି,ସ୍ୱାମୀ ମହାରାଜ ଡିସେମ୍ବର ୭, ୧୯୨୧ ରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୯୫୦ ମସିହାରେ ସେ ବିଏପିଏସର ସ୍ୱାମୀନାରାୟଣ ସମ୍ପ୍ରଦାୟର ମୁଖ୍ୟ ହୋଇଥିଲେ। ସେ ୧୩ ଅଗଷ୍ଟ ୨୦୧୬ ରେ ମୃତ୍ୟୁ ବରଣ କରିଥିଲେ।

Get real time updates directly on you device, subscribe now.