fbpx

ପ୍ରତିଭା ଏବଂ ପ୍ରମୋଦଙ୍କୁ ପଦ୍ମ ପୁରସ୍କାର: ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଲେଖିକା ପ୍ରତିଭା ରାୟ ଏବଂ ଆଥଲେଟ ପ୍ରମୋଦ ଭଗତଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ନିଜ ନିଜ କ୍ଷେତ୍ରରେ ସୁନ୍ଦର ପ୍ରଦର୍ଶନ କରିଥିବାରୁ ଏମାନଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି । ଲେଖିକା ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିବା ବେଳେ ପାରା ଆଥଲେଟ ପ୍ରମୋଦ ଭଗତଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ । ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ନିକଟରୁ ଏହି ସମ୍ମାନ ଗଅହଣ କରିଛନ୍ତି ଉଭୟ ବିଜେତା । ଏକ ସ୍ୱତନ୍ତ୍ର ଉତ୍ସବରେ ଦୁଇ ଜଣଙ୍କୁ ରାଷ୍ଟ୍ରପତି ସମ୍ମାନ ପ୍ରଦାନ କରିଛନ୍ତି ।

Get real time updates directly on you device, subscribe now.