fbpx

ହ୍ୱାଟ୍ସଆପ୍ ଷ୍ଟାଟସ ଯୋଗୁଁ ଜେଲ ଗଲେ ୨୫ ବର୍ଷୀୟ ମହିଳା, ପାକିସ୍ତାନକୁ ଶୁଭେଚ୍ଛା ଜଣାଇଥିବା ଅଭିଯୋଗ

କର୍ଣ୍ଣାଟକର ବାଗଲକୋଟ ଜିଲ୍ଲାରେ ଜଣେ ୩୫ ବର୍ଷୀୟ ମହିଳାଙ୍କୁ ହ୍ୱାଟ୍ସଆପ୍ ଷ୍ଟାଟସକୁ ନେଇ ପୋଲିସ ନିଜ ହେପାଜତକୁ ନେଇଛି । ପୋଲିସର ସୂଚନା ଅନୁଯାୟୀ ମହିଳା ନିଜ ହ୍ୱାଟ୍ସଆପ୍ ଷ୍ଟାଟସରେ ପାକିସ୍ତାନକୁ ଗଣତନ୍ତ୍ର ଦିବସରେ ଶୁଭେଚ୍ଛା ଜଣାଇଥିଲେ । ମହିଳା ମୁଧୋଲର ବାସିନ୍ଦା ଏବଂ ନିକଟରେ ଥିବା ଏକ ମଦ୍ରାସାରେ ପାଠପଢ଼ାଉଛନ୍ତି ।

ଅଧିକାରୀ କହିଛନ୍ତି ଯେ ମହିଳା ଜଣକ ଉର୍ଦ୍ଦୁରେ ପାକିସ୍ତାନକୁ ଶୁଭେଚ୍ଛା ଜଣାଇଥିଲେ । ତାଙ୍କର ଏହି ଷ୍ଟାଟସରେ ଆପତ୍ତି ଦର୍ଶାଇ ସମାଜସେବୀ ଅରୁଣ କୁମାର ଭଜନତ୍ରୀ ମୁଧୋଲ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ଏବଂ ଅଭିଯୋଗ ଆଧାରରେ ପୋଲିସ ମହିଳାଙ୍କୁ ନିଜ ହେପାଜତକୁ ନେଇଥିଲା । ଭଜନତ୍ରୀ କହିଥିଲେ ଯେ ଏଭଳି ଷ୍ଟାଟସ ଲେଖି ମହିଳାଙ୍କ ଉଦ୍ଦେଶ୍ୟ ଉତ୍ତେଜନା ସୃଷ୍ଟି କରିବା ଏବଂ ସେ ମହିଳାଙ୍କ ବିରୋଧରେ ରାଜଦ୍ରୋହ ଅଭିଯୋଗ ମଧ୍ୟ ଦାବି କରିଥିଲେ । ପୋଲିସ ମହିଳାଙ୍କ ଉପରେ ଭାରତୀୟ ଦଣ୍ଡ ସଂହିତା ଧାରା ୧୫୩ ଏ ଏବଂ ୫୦୫(୨) ଅନୁଯାୟୀ ମାମଲା ରୁଜୁ କରିଥିଲା । ଅବଶ୍ୟ ପରେ ମହିଳାଙ୍କୁ ଜାମିନ ମିଳିଥିଲା ।

ପୋଲିସର କହିବା ଅନୁଯାୟୀ ମହିଳାଙ୍କୁ ତୁରନ୍ତ ହେପାଜତ ନେବା କେବଳ ଶାନ୍ତି ରକ୍ଷା ପାଇଁ ହୋଇଥିଲା । ଯଦି ଏମିତି କରିନଥାନ୍ତେ ତେବେ ହୁଏତ ଦଙ୍ଗା ହୋଇପାରିଥାନ୍ତା ।

Get real time updates directly on you device, subscribe now.