fbpx

ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ସ୍ପାଇସ ଜେଟ ବିମାନ: ଆଉ ତା ପରେ….

ନୂଆଦିଲ୍ଳୀ: ଦିଲ୍ଳୀ ଏୟାରପୋର୍ଟରେ ଘଟିଯାଇଛି ଏକ ବିରାଟ ଦୁର୍ଘଟଣା । ତେବେ ଏଥିରେ ଅଧିକ କିଛି କ୍ଷୟକ୍ଷତି ଘଟି ନଥିବା ଜଣାଯାଇଛି । ଦୁର୍ଘଟରା ଏକ ଭୟଙ୍କର ରୂପ ନେବା ପୂର୍ବରଚ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଛି । ସ୍ପାଇସଜେଟର ଏକ ବିମାନ ଏୟାରପୋର୍ଟରେ ଥିବା ବିଦ୍ୟୁତ ଖୁଣ୍ଟ ସହିତ ଧକ୍କା ହୋଇଛି । ବିମାନ ଗୋଟିଏ ଅଂଶ ଏହି ଦୁର୍ଘଟଣାରେ ଭାଙ୍ଗି ଯାଇଥିଲେ ମଧ୍ୟ ବେଶୀ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।

ବିମାନ ସହ ଧକ୍କା ହେବା ଫଳରେ ବିଦ୍ୟୁତ ଖୁଣ୍ଟ ମଧ୍ୟ ସମ୍ପୂର୍ଣ୍ଣ ତଳକୁ ନଇଁ ପଡିଥିଲା । ଟର୍ମିନାଲରୁ ଯାତ୍ରୀମାନଙ୍କୁ ରନୱେକୁ ନିଆଯାଉଥିବା ସମୟରେ ଏମିତି ଏକ ଅଘଟଣ ଘଟିଯାଇଥିଲା । ତେବେ ଏହି ସମୟରେ ବିମାନରେ କୌଣସି ଯାତ୍ରୀ ଉପସ୍ଥିତ ନଥିବାରୁ ଧନଜୀବନ ନଷ୍ଟ ହେବାରୁ ବଞ୍ଚି ଯାଇଛି । ଏହାପରେ ଅନ୍ୟ ଏକ ବିମାନ ସାହାଯ୍ୟରେ ଯାତ୍ରୀମାନଙ୍କୁ ସେମାନଙ୍କ ଲକ୍ଷ୍ୟସ୍ଥଳକୁ ପଠାଯାଇଛି । ଦିଲ୍ଳୀରୁ ଜମ୍ମୁ ଯିବାକୁ ଥିବା ଏହି ବିମାନ ପୁଶବ୍ୟାକ ସମୟରେ ଏକ ବିଜୁଳି ଖୁଣ୍ଟ ସହିତ ଧକ୍କା ହୋଇଥିବା ସ୍ପାଇସ ଜେଟ ତରଫରୁ କୁହାଯାଇଛି । ଏହାଦ୍ୱାରା ଏଲେରନରେ କ୍ଷତି ଘଟିଛି । ତେଣୁ ଯାତ୍ରୀମାନଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଅନ୍ୟ ଏକ ବିମାନର ବ୍ୟବହାର କରାଯାଇଛି ।

Get real time updates directly on you device, subscribe now.