fbpx

(video)ଲୁଚାଇଲେ ବି ଲୁଚିଲାନି, ଖୋଲିଗଲା ବିରୁଷ୍କାଙ୍କ ରାଜ

ମୁମ୍ବାଇ: ଅନୁଷ୍କା ଶର୍ମା ଏବେ ନିଜର ଦ୍ୱିତୀୟ ପ୍ରେଗନାନ୍ସୀକୁ ନେଇ ଚର୍ଚ୍ଚାରେ ରହିଛନ୍ତି । କିନ୍ତୁ ଅନୁଷ୍କା କି ତାଙ୍କ କ୍ରିକେଟର ପତି ବିରାଟ କୋହଲି ଏ ପର୍ଯ୍ୟନ୍ତ ଏହି ଦ୍ୱିତୀୟ ପ୍ରେଗନାନ୍ସୀ ବିଷୟରେ କୌଣସି ଅଧିକାରୀକ ଘୋଷଣା କରିନାହାନ୍ତି । କିନ୍ତୁ ଅଭିନେତ୍ରୀ ଯେପରି ଜନତା ଓ ପାପାରାଜିଙ୍କ ଠାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରୁଛନ୍ତି ସେଥିରୁ ସ୍ପଷ୍ଟ ହେଉଛି କି ଅନୁଷ୍କା ନିଜର ଦ୍ୱିତୀୟ ପ୍ରେଗନାନ୍ସୀ ବିଷୟରେ ଖୁଲାସା କରିବାକୁ ଚାହୁଁନାହାନ୍ତି ।

ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ୍ ୨୦୨୩ର ଫାଇନାଲ ମ୍ୟାଚ୍ ଖେଳାଯାଉଛି । ଅନୁଷ୍କା ବିରାଟଙ୍କୁ ସମର୍ଥନ କରିବା ଲାଗି ଅହମ୍ମଦାବାଦ ତ ନିଶ୍ଚୟ ଯିବେ ଏଥିରେ କୌଣସି ସନ୍ଦେହ ନାହିଁ । ଏହି କ୍ରମରେ ଅନୁଷ୍କାଙ୍କ ଏକ ଭିଡିଓ ଏବେ ସାମ୍ନାକୁ ଆସିବାରେ ଲାଗିଛି ଯେଉଁଥିରେ ସେ ପ୍ରାଇଭେଟ୍ ପ୍ଲେନରୁ ଓହ୍ଲାଉଥିବାର ନଜର ଆସୁଛନ୍ତି ।

ଭିଡିଓରେ ଅନୁଷ୍କାଙ୍କ ସହ ଝିଅ ଭାମିକା ମଧ୍ୟ ନଜର ଆସୁଛନ୍ତି । ଏହି ସମୟରେ ଅନୁଷ୍କା ସାଲୱାର ଶୁଟ୍‌ରେ ନଜର ଆସୁଥିବା ବେଳେ ଓଢଣୀରେ ନିଜ ବେବୀ ବମ୍ପ ଲୁଚାଉଥିବାର ଦେଖିବାକୁ ମିଳୁଛି । ତଥାପି ଏହି ଭିଡିଓରେ ଅଭିନେତ୍ରୀଙ୍କ ବେବୀ ବମ୍ପ ସ୍ପଷ୍ଟ ନଜର ଆସୁଛି । କିନ୍ତୁ ମଝିରେ ମଝିରେ ଅଭିନେତ୍ରୀଙ୍କର ଯେଉଁ ଭିଡିଓ ସାମ୍ନାକୁ ଆସୁଛି ତାହାକୁ ନେଇ ଦାବୀ କରାଯାଉଛି କି ଅନୁଷ୍କା ନିଜ ଫ୍ୟାନଙ୍କୁ ପୁଣି ଗୁଡ୍ ନ୍ୟୁଜ୍ ଦେବାକୁ ଯାଉଛନ୍ତି ।

Get real time updates directly on you device, subscribe now.