(Video) ଗର୍ଭବତୀଙ୍କୁ ଏମିତି ସମ୍ମାନ ଦେଉଛି ଦୁନିଆ! ମୃତ ସ୍ୱାମୀଙ୍କ ଷ୍ଟ୍ରେଚରରୁ ରକ୍ତକୁ ସଫା କରୁଛନ୍ତି ମହିଳା

ନୂଆଦିଲ୍ଲୀ: ଆମ ସମାଜରେ ଅନେକ ସମୟରେ ଏପରି ଘଟଣା ଦେଖିବାକୁ ମିଳିଥାଏ, ଯାହାକୁ ଯେତେ ନିନ୍ଦା କଲେ ବି କମ୍ ହେବ । ତେବେ ଏହା ମଧ୍ୟରେ ଜଣେ ଗର୍ଭବତୀ ମହିଳାଙ୍କୁ ନେଇ ଆସିଛି ଏକ ବଡ଼ ଘଟଣା । ଏନେଇ ଏକ ଭିଡିଓ ଭାଇରାଲ ହେଉଥିବା ବେଳେ ଲାଗୁଛି ଆମ ସତେ ଯେମିତି ଆମ ସମାଜକୁ ମାନବିକତା ମରିଯାଉଛି । ଗୋଟିଏ ସ୍ୱାସ୍ଥ୍ୟକେନ୍ଦ୍ରରେ ଯେଉଁ ଷ୍ଟ୍ରେଚରରେ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା ସେହି ଷ୍ଟ୍ରେଚରରୁ ରକ୍ତ ସଫା କରିବା ପାଇଁ ମହିଳାଙ୍କୁ କୁହାଯାଇଥିଲା । ଏହି ଭିଡିଓକୁ ଦେଖିବା ପରେ ଅନେକ ଲୋକ ଦୃଢ଼ ଭାବେ ନିନ୍ଦା କରିଥିବା ବେଳେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଅଫିସର ଓ ଆୟାଙ୍କୁ ସସପେଣ୍ଡ କରାଯାଇଛି ।

ମଧ୍ୟପ୍ରଦେଶର ଡିଣ୍ଡୋରୀରେ ଘଟିଥିବା ଏହି ଘଟଣା ସତେ ଯେମିତି ମାନବିକତାର ଅନ୍ତ କରିଦେଇଛି । ନିଜ ସ୍ୱାମୀଙ୍କୁ ହରାଇବା ପରେ ଜଣେ ଗର୍ଭବତୀ ମହିଳାଙ୍କ ମାନସିକ ସ୍ଥିତି କିପରି ଥିବ ତାହା ଜଣେ ଅଙ୍ଗେନିଭା ମଣିଷ ହିଁ ହୃଦୟଙ୍ଗମ କରିପାରିବ । ଏପରି ସ୍ଥିତିରେ ତାଙ୍କୁ ସମବେଦନା ଦେବା ବଦଳରେ ସ୍ୱାମୀ ମରିଥିବା ଷ୍ଟ୍ରେଚରରୁ ସ୍ତ୍ରୀଙ୍କ ଦ୍ୱାରା ରକ୍ତ ପରିସ୍କାର କରାଇବା କିପରି ନ୍ୟାୟ? ଯେଉଁ ଷ୍ଟ୍ରେଚରରେ ତାଙ୍କର ପତି ପ୍ରାଣ ହରାଇଥିଲେ ସେହି ଷ୍ଟ୍ରେଚରରୁ ମହିଳା ଜଣଙ୍କ ରକ୍ତ ପରିସ୍କାର କରିଥିଲେ । ସ୍ୱାମୀଙ୍କ ଚିକିତ୍ସା ପାଇଁ ମହିଳାଙ୍କ ସ୍ୱାମୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଦୁଃଖର କଥା ହେଉଛି, ଯୁବକଙ୍କ ମୃତ୍ୟୁ ପରେ ୫ ମାସର ଗର୍ଭବତୀ ମହିଳା ଓ ତାଙ୍କର ଛୋଟ ଛୋଟ ଶିଶୁ ଏବେ ଦୁଃଖର ସାଗରରେ ବୁଡ଼ି ଯାଇଛନ୍ତି । ମହିଳା ଜଣଙ୍କ ଷ୍ଟ୍ରେଚରରୁ ରକ୍ତ ସଫା କରୁଥିବା ସମୟରେ କେହି ଜଣେ ତାହାକୁ ରେକର୍ଡ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଦେଇଥିଲେ ।