BREAKING: ଗର୍ଭବତୀ ସ୍ତ୍ରୀ ହତ୍ୟା! ୩ ଦିନ ହେବ ପଡ଼ି ରହିଛି ମୃତଦେହ, ସ୍ୱାମୀ ଫେରାର

ଗର୍ଭବତୀ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ। କୋରାପୁଟ ଲକ୍ଷ୍ମୀପୁର ଦଶମନ୍ତପୁର ଥାନା ନେର୍କାଗୁଡ଼ା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା।

କୋରାପୁଟ: ଗର୍ଭବତୀ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ। କୋରାପୁଟ ଲକ୍ଷ୍ମୀପୁର ଦଶମନ୍ତପୁର ଥାନା ନେର୍କାଗୁଡ଼ା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା।

ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।

ଘଟଣାକୁ ୩ ଦିନ ବିତି ଯାଇଥିଲେ ମଧ୍ୟ ପଡ଼ି ରହିଛି ମୃତଦେହ। ଘଟଣା ପରଠାରୁ ଅଭିଯୁକ୍ତ ସ୍ୱାମୀ ଫେରାର।

ହତ୍ୟା ଅଭିଯୋଗରେ ଦଶମନ୍ତପୁର ପୋଲିସର ତଦନ୍ତ ଜୋରଦାର। ଏପର୍ଯ୍ୟନ୍ତ ଅଭିଯୁକ୍ତ ସ୍ୱାମୀ ପାଖରେ ପହଞ୍ଚିବାରେ ସଫଳ ହୋଇନି ପୋଲିସ।