fbpx

ଶୀତ ଦିନେ ପିଅନ୍ତୁ ଏହି ସ୍ୱାସ୍ଥ୍ୟକର ପାନୀୟ, ଗର୍ଭରେ ସୁସ୍ଥ ରହିବ ଶିଶୁ

ଶୀତ ଦିନେ ତାପମାତ୍ରା ହ୍ରାସ ହେବା ସହ ବିଭିନ୍ନ ପ୍ରକାର ସଂକ୍ରମଣ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ଶରୀରରେ ରୋଗପ୍ରତିରୋଧକ ଶକ୍ତି କମିଯାଇଥାଏ ଯାହାଦ୍ୱାରା ସର୍ଦ୍ଦି, ଫ୍ଲୁ ଏବଂ ଅନ୍ୟ ଶ୍ୱାସ ସମ୍ବନ୍ଧୀୟ ରୋଗ ମାଡ଼ି ବସେ । ଏହା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ଅଟେ । ଗର୍ଭଧାରଣ ସମୟରେ ମହିଳାମାନଙ୍କ ଖାଦ୍ୟ ପେୟକୁ ନେଇ ବିଶେଷ ଧ୍ୟାନ ରଖାଯାଇଥାଏ । କିନ୍ତୁ ଶୀତ ଦିନେ ଟିକେ ଅଧିକ ଯତ୍ନବାନ ହେବା ଆବଶ୍ୟକ । ଗର୍ଭସ୍ଥ ମହିଳାମାନଙ୍କ ଶରୀରକୁ ଉଷ୍ମତା ପ୍ରଦାନ କଲା ଭଳି ଖାଦ୍ୟ ଖାଇବା ସହ ଅଧିକ ମାତ୍ରାରେ ପାଣି ପିଇବା ଉଚିତ । ତେବେ ଆସନ୍ତୁ ଜାଣିବା ଜଣେ ଗର୍ଭସ୍ଥ ମହିଳାମାନଙ୍କୁ କେଉଁ ସବୁ ଖାଦ୍ୟପେୟ କରିବା ଉଚିତ ।

– ଅଦା ସହ ଗରମ କ୍ଷୀର ସେବନ କଲେ ପାଚନ ପ୍ରକ୍ରିୟା ଉନ୍ନତ ହେବା ସହ ତାହା ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ । ଏହା ସହ ବାନ୍ତିରୁ ରକ୍ଷା କରିଥାଏ । ଏହା ଶରୀରକୁ ଭିତରୁ ଗରମ ରଖେ ।

– ଗର୍ଭାବସ୍ଥାରେ ଲେମ୍ବୁ ଚା’ର ସେବନ କରିବା ହିତକର ହୋଇଥାଏ । ଲେମ୍ବୁରେ ଭିଟାମିନ୍ ସି ଭରପୁର ମାତ୍ରାରେ ଥାଏ ଯାହା ଶରୀରରେ ରୋଗପ୍ରତିରୋଧକ ଶକ୍ତିକୁ ମଜବୁତ କରିବା ସହ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ ।

– ଭିଟାମିନ୍ ‘ଡି’ ଏବଂ କାଲସିୟମରେ ଭରପୁର ଥାଏ ଉଷୁମ କ୍ଷୀର । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ସହ ବଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା କରିଥାଏ । ତେଣୁ ଶୀତ ଦିନେ ଗର୍ଭାବସ୍ଥା ସମୟରେ ଉଷୁମ କ୍ଷୀର ସହ ହଳଦୀର ସେବନ କରିବା ଲାଭଦାୟକ ହୋଇଥାଏ ।

– ଗ୍ରୀନ୍ ଟି’ରେ ଏଣ୍ଟିଅକ୍ସିଡ଼େଣ୍ଟ ଏବଂ ଫ୍ଲେଭୋନେଇଡ୍ସ୍ ଭଳି ପୋଷକ ତତ୍ତ୍ୱ ରହିଛି । ଏହା ଫ୍ଲୁ ଏବଂ ଶୀତରୁ ରକ୍ଷା କରିବା ସହ ଶରୀରର ଉର୍ଜ୍ଜା ସ୍ତରକୁ ବୃଦ୍ଧି କରିଥାଏ ।

– ଶୀତ ଦିନେ ସୁପ୍ ପିଇବା ଗର୍ଭସ୍ଥ ଶିଶୁ ପାଇଁ ଉତ୍ତମ ଅଟେ । ଚିକେନ୍ ବା ପିଆଜର ସୁପ୍ ପ୍ରୋଟିନରେ ଭରପୁର । ଏହା ମାଂଶପେଶୀକୁ ମଜବୁତ କରିବା ସହ ପାଚନ ପ୍ରକ୍ରିୟାରେ ସହାୟକ ହୋଇଥାଏ ।

Get real time updates directly on you device, subscribe now.