fbpx

ମାର୍ଗଶୀର ମାସରେ ଏପରି କରନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କର ପୂଜା: ମିଳିବ ଅପାର ସଫଳତା, ଜାଣନ୍ତୁ ଯମୁନା ସ୍ନାନର ମହତ୍ତ୍ୱ

ହିନ୍ଦୁ ଧର୍ମରେ ମାର୍ଗାଶୀର ମାସକୁ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଇଥାଏ । ଭଗବାନ ଶ୍ରୀକୃଷ୍ଣଙ୍କ ଉପାସନା ପାଇଁ ଏହି ପୂରା ମାସକୁ ସ୍ୱତନ୍ତ୍ର ବିବେଚନା କରାଯାଏ । ଏହି ମାସରେ ପୂର୍ଣ୍ଣ ରୀତିନୀତି ଅନୁଯାୟୀ ପୂଜା କରୁଥିବା ବ୍ୟକ୍ତିଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ମିଳିଥାଏ । ତେବେ ଓଡ଼ିଆ ଘରେ ଏହି ମାସରେ ପ୍ରତି ଗୁରୁବାର ମାଣ ବସାଯାଇ ମା’ ଲକ୍ଷ୍ମୀଙ୍କୁ ମଧ୍ୟ ଆରାଧନା କରାଯାଇଥାଏ ।  ଏହି ମାସକୁ ଭଗବାନ ଶ୍ରୀକୃଷ୍ଣଙ୍କ ରୂପ ବୋଲି ମଧ୍ୟ କୁହାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚଳିତ ବର୍ଷ ମାର୍ଗାଶୀର ମାସ ୨୮ ନଭେମ୍ବର ୨୦୨୩ ରୁ ଆରମ୍ଭ ହୋଇ ୨୬ ଡିସେମ୍ବର ପର୍ୟ୍ୟନ୍ତ ଚାଲିବ। ଭଗବାନ କୃଷ୍ଣଙ୍କୁ ପ୍ରସନ୍ନ କରିବା ପାଇଁ ଏହି ମାସ ସବୁଠାରୁ ଉପଯୁକ୍ତ ଅଟେ । ଏହି ମାସରେ ପ୍ରତିଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ ଉପାସନା କରିବା ଉଚିତ । ତେବେ ଏହି ମାସରେ ଯମୁନା ନଦୀ ସ୍ନାନ କରିବା ଦ୍ୱାରା ବେଶ ଲାଭ ମିଳିଥାଏ ।

ମାର୍ଗାଶୀର ମାସରେ ପ୍ରତିଦିନ ବ୍ରାହ୍ମମୁହୂର୍ତ୍ତରୁ ଉଠି ଗାଧୋଇବା ଉଚିତ କୃଷ୍ଣଙ୍କୁ ପୂଜା କରିବା ଉଚିତ । ଏହି ମାସରେ ଉପବାସ କରି ଭଗବାନ କୃଷ୍ଣଙ୍କୁ ପୂଜାର୍ଚ୍ଚନା କଲେ ଆଶୀର୍ବାଦ ପ୍ରାପ୍ତ ହୁଏ । ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଭୋର ସମୟରେ କୌଣସି ପବିତ୍ର ନଦୀରେ ଗାଧୋଇବା ଦ୍ୱାରା ମନର ସମସ୍ତ ଇଚ୍ଛା ପୂରଣ ହୁଏ। ତେବେ ଏହି ମାସରେ ଯମୁନା ନଦୀରେ ସ୍ନାନ କରିବାର ବିଶେଷ ମହତ୍ତ୍ୱ ବୋଲି ବିବେଚନା କରାଯାଏ । ମାର୍ଗାଶୀର ମାସରେ ପ୍ରତିଦିନ ଫୁଲ, ଫଳ, ନୈବେଦ୍ୟ ଏବଂ ଧୂପ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରିବା ପରେ ଆରତୀ କଲେ ଭଗବାନଙ୍କ ଆଶିର୍ବାଦ ଲାଭ ହୋଇଥାଏ । ଆରତୀ କରିବା ପରେ ଭଗବାନଙ୍କୁ ଲହୁଣୀ ଏବଂ ମିଶ୍ରି ଭୋଗ ଅର୍ପଣ କରନ୍ତୁ । ସେଥିରେ କିଛି ତୁଳସୀପତ୍ର ମିଶାଇ ଏହାକୁ ଅର୍ପଣ କଲେ କୃଷ୍ଣ ଭଗବାନଙ୍କ ଆଶିର୍ବାଦ ମିଳିବା ସହିତ ଆପଣଙ୍କର ସମସ୍ତ ଅସୁବିଧା ଦୂର ହେବ ।

ମାର୍ଗାଶୀର ମାସରେ ୫ ଟି ଜିନିଷ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।

– ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମାର୍ଗାଶୀର ମାସ ଭଗବାନ କୃଷ୍ଣଙ୍କର ବେଶ ପ୍ରିୟ ଅଟେ। ଏହି ମାସରେ ଭଗବତ ଗୀତା ପାଠ କରାଯିବା ଜରୁରୀ । ଏହା ଦ୍ୱାରା ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହେବ ।

– ମାର୍ଗାଶୀର ମାସରେ ଶଙ୍ଖ ପୂଜାର ବିଶେଷ ମହତ୍ତ୍ୱ ରହିଛି । ପୂଜା ସମୟରେ ଶଙ୍ଖରେ କିଛି ପାଣି ନେଇ ଭଗବାନଙ୍କ ଚାରି ପାଖରେ ବୁଲାନ୍ତୁ । ପରେ ଏହି ପବିତ୍ର ଜଳକୁ ଘରେ ଛିଞ୍ଚିଦିଅନ୍ତୁ । ଏହା ଦ୍ୱାରା ଘରେ ଧନଧାନ୍ୟ ସହିତ ଶାନ୍ତି ମଧ୍ୟ ରହିବ ।

– ଏହି ମାସରେ ଯମୁନା ନଦୀରେ ସ୍ନାନ କରିବାର ମଧ୍ୟ ବେଶ ମହତ୍ତ୍ୱ ରହିଛି । ତେବେ ଆପଣ କୌଣସି ଅନ୍ୟ ନଦୀ କିମ୍ବା ହ୍ରଦରେ ମଧ୍ୟ ସ୍ନାନ କରି ଭଗବାନଙ୍କୁ ପୂଜା କରିପାରିବେ । ଏହା ଦ୍ୱାରା ଆପଣଙ୍କୁ ଭଗବାନ କୃଷ୍ଣଙ୍କର ଅପାର କରୁଣା ଲାଭ ହେବ ।

– ମାର୍ଗାଶୀର ମାସରେ ପ୍ରତିଦିନ ଭଗବାନ କୃଷ୍ଣଙ୍କୁ ପୂଜା କରିବା ସହିତ ସନ୍ଧ୍ୟାରେ ଭଜନ-କୀର୍ତ୍ତନ କରନ୍ତୁ । ପୂଜା ସମୟରେ ଓଁ ନମୋ ଭଗବତେ ଭାସୁଦେବୟ ମନ୍ତ୍ର ଜପ କରନ୍ତୁ, ଆଶିର୍ବାଦ ମିଳିବ ।

– ଏହି ପବିତ୍ର ମାସରେ ପୂଜା ସମୟରେ ଭଗବାନ ବିଷ୍ଣୁଙ୍କୁ ତୁଳସୀ ପତ୍ର ଅର୍ପଣ କରନ୍ତୁ । ପୂଜା ପରେ ଏହାକୁ ପ୍ରସାଦ ଭାବରେ ଗ୍ରହଣ କରନ୍ତୁ ।

Get real time updates directly on you device, subscribe now.