fbpx

ଏଣିକି ବିଜୁଳି ପାଇଁ ଲାଗିବ ପ୍ରିପେଡ୍ ସ୍ମାର୍ଟ ମିଟର, ବାଚସ୍ପତିଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାନସଭା ଶକ୍ତି ବିଭାଗ ଷ୍ଟାଣ୍ଡିଂ କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଗ୍ରାହକ ଚାହିଁଲେ ପ୍ରିପେଡ ସ୍ମାର୍ଟ ମିଟର ଲଗାଇପାରିବେ । ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତି ଯେ, ଏଣିକି ସ୍ୱୟଂସହାୟିକା ଗୋଷ୍ଠୀଙ୍କ ଦ୍ୱାରା ବିଜୁଳି ବିଦ୍ୟୁତ ବିଲ୍ ଆଦାୟ କରାଯିବ । ଘରକୁ ଘର ବୁଲି ବିଦ୍ୟୁତ ବିଲ ଆଦାୟ କରିବେ ଏସଏଚଜି ।’

ତେବେ ପ୍ରିପେଡ ସ୍ମାର୍ଟ ମିଟର ଲାଗିବା ସହିତ ସିମ୍ କାର୍ଡ ଜରିଆରେ ବିଲ୍ ପେମେଣ୍ଟ ହେବ । ଜଣେ ସିମକାର୍ଡରେ ଯେତିକି ଟଙ୍କା ପେମେଣ୍ଟ କରିବ, ସେତିକି ବିଜୁଳି ବ୍ୟବହାର କରିବ । ପ୍ରତିମାସ ଶେଷରେ ଗ୍ରାହକଙ୍କୁ ବିଲ୍ ଦେବାପାଇଁ କୁହାଯାଇଛି । ଠିକ୍ ସମୟରେ ବିଲ୍ ଆଦାୟ ପାଇଁ ମଧ୍ୟ କୁହାଯାଇଛି । ପାୱାର କଟ୍ ପୂର୍ବରୁ ଗାଁରେ ପ୍ରଚାର ହେବା ଦରକାର ବୋଲି ବାଚସ୍ପତି କହିଛନ୍ତି ।

Get real time updates directly on you device, subscribe now.