ଆଜି ଜାଗର, ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ
ପବିତ୍ର ମହା ଶିବରାତ୍ରୀ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ ।
ନୂଆଦିଲ୍ଲୀ: ଆଜି ପବିତ୍ର ଜାଗର । ଏନେଇ ଉତ୍ସବ ମୁଖର ପୁରପଲ୍ଲୀ । ସକାଳୁ ସକାଳୁ ମନ୍ଦିରରେ ଗହଳି ଲାଗି ରହିଥିବା ବେଳେ ହରହର ମହାଦେବ ଧ୍ବନିରେ ପ୍ରକମ୍ପିତ ହେଉଛି ପରିସର ।
ତେବେ ମହାଶିବରାତ୍ରୀ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ନିଜ ଏକ୍ସ ଆକାଉଣ୍ଟରେେ ଟ୍ବିଟ କରି ଲେଖିଛନ୍ତି, ଭଗବାନ ଭୋଲେନାଥଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ପବିତ୍ର ମହାଶିବରାତ୍ରିର ପର୍ବରେ ସମସ୍ତ ଦେଶବାସୀଙ୍କୁ ଅନେକ ଅନେକ ଶୁଭକାମନା। ଏହି ଦିବ୍ୟ ଅବସର ଆପଣମାନଙ୍କ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣିଦେଉ ଏବଂ ଏକ ବିକଶିତ ଭାରତ ପାଇଁ ସଂକଳ୍ପକୁ ଆହୁରି ମଜବୁତ କରୁ । ଏହା ମୋର ଆଶା। ହର ହର ମହାଦେବ ।
ଅନ୍ୟପଟେ ରାଷ୍ଟ୍ରପତି ଟ୍ବିଟ କରି କହିଛନ୍ତି, ମହାଶିବରାତ୍ରିର ପବିତ୍ର ପର୍ବରେ ମୁଁ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ମୋର ପ୍ରାର୍ଥନା ଯେ ଭଗବାନ ମହାଦେବଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ରହୁ ଏବଂ ଆମ ଦେଶ ପ୍ରଗତି ପଥରେ ଆଗକୁ ବଢ଼ୁ।
ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ରାଜ୍ୟବାସୀଙ୍କୁ ଶିବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି । ସେ ଏକ୍ସରେ କହିଛନ୍ତି, ପବିତ୍ର ମହାଶିବରାତ୍ରୀ ତଥା ଜାଗର ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ମହାଦେବଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ଭରିଯାଉ ।