fbpx

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫିଜୀର ସର୍ବୋଚ୍ଚ ନାଗରିକ ପୁରସ୍କାରରେ ହେଲେ ସମ୍ମାନିତ

ନୂଆଦିଲ୍ଲୀ: ଆସିଛି ଏକ ଖୁସି ଖବର । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ବଡ଼ ସମ୍ମାନରେ ସମ୍ମାନିତ କରାଯାଇଛି । ଫିଜୀର ସର୍ବୋଚ୍ଚ ନାଗରିକ ପୁରସ୍କାରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ନିଜର ୩ ରାଷ୍ଟ୍ର ଯାତ୍ରା ଅବସରରେ ପ୍ରଥମ ପର୍ଯ୍ୟାୟରେ ଫିଜୀର ରାଜସ୍ଥାନୀ ସୁବାରେ ପହଞ୍ଚିଛନ୍ତି । ଫିଜୀର ରାଷ୍ଟ୍ରପତି ରାତୁ ଓବିଲିୟାମେ ମ୍ୟାଭଲୀଲୀ କଟୋନିଭେରେ ଭାରତର ରାଷ୍ଟପ୍ରତିଙ୍କୁ ‘କମ୍ପୋନିୟନ ଅଫ ଦି’ ଅର୍ଡର ଅଫ୍ ଫିଜୀ’ ସମ୍ମାନରେ ସମ୍ମାନିତ କରିଛନ୍ତି ।

ଏହି ସମ୍ମାନ ଭାରତ ଓ ଫିଜୀ ମଧ୍ୟରେ ମିତ୍ରତାର ଗଭୀର ସମ୍ପର୍କର ପରିଚାୟକ ବୋଲି ଫିଜୀ ରାଷ୍ଟ୍ରପତି ନିଜ ପ୍ରତିକ୍ରିୟାରେ କହିଥିଲେ । ଏହି ସମ୍ମାନ ସମୟର ଫଟୋ ରାଷ୍ଟ୍ରପତି ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଶେୟାର କରିଛନ୍ତି । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସୁବାରେ ପହଞ୍ଚିବା ପରେ ଫିଜି ପ୍ରଧାନମନ୍ତ୍ରୀ ସିଟିଭେନୀ ରାବୁକା ତାଙ୍କୁ ବଡ଼ ସମ୍ମାନର ସହ ସ୍ୱାଗତ କରିଥିଲେ । ଫିଜି ଗସ୍ତ ସାରି ରାଷ୍ଟ୍ରପତି ନ୍ୟୁଜିଲାଣ୍ଡ ଓ ତିମୋର-ଲେସ୍ତେ ଯିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ଥର କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଏହା ହେଉଛି ପ୍ରଥମ ଫିଜୀ ଓ ତିମୋରଲିସ୍ତେ ଗସ୍ତ । ରାଷ୍ଟ୍ରପତିଙ୍କ ଏହି ଯାତ୍ରା ଫଳରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜବୁତ ହେବ ।

Get real time updates directly on you device, subscribe now.