fbpx

ଜୁନ୍ ୫ରେ କେନ୍ଦ୍ର କ୍ୟାବିନେଟ୍‌କୁ ବିଦାୟୀ ଡିନର ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ କ’ଣ ରହିଛି ପରମ୍ପରା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ୧ ଜୁନ୍ ଅର୍ଥାତ୍ ଆଜି ସନ୍ଧ୍ୟା ୫ଟା ସମୟରେ ସମାପନ ହୋଇଯିବ ଓ ଜୁନ୍ ୪ରେ ଫଳାଫଳ ଆସିଯିବ । ଏହାର ପରବର୍ତ୍ତୀ ଦିନ ଅର୍ଥାତ୍ ଜୁନ୍ ୫ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ବିଶିଷ୍ଟ ମନ୍ତ୍ରୀ ପରିଷଦକୁ ବିଦାୟୀ ଡିନର ଦେବେ । ଏହି ଭୋଜିର ଆୟୋଜନ ରାଷ୍ଟ୍ରପତି ଭବନରେ ରାତି ୮ରୁ ଆରମ୍ଭ ହେବ । ଏଠାରେ ସୂଚାଇ ଦିଆଯାଇପାରେ କି ସପ୍ତଦଶ ଲୋକସଭା କାର୍ଯ୍ୟକାଳ ୧୬ ଜୁନ୍ ୨୦୨୪ରେ ଶେଷ ହେବାକୁ ଯାଉଛି । ଅର୍ଥାତ୍ ୧୬ ଜୁନ୍ ପୂର୍ବରୁ ନୂଆ ସରକାର ଗଠନ ହେବ ।

୪ ଜୁନ୍‌ରେ ଲୋକସଭା ନିର୍ବାଚନ ପରିଣାମ ସାମ୍ନାକୁ ଆସିବା ପରେ ଅଷ୍ଟାଦଶ ଲୋକସଭାର ଚିତ୍ର ସ୍ପଷ୍ଟ ହୋଇଯିବ । ତେବେ ଆମ ଦେଶରେ ଏହି ପରମ୍ପରା ରହି ଆସିଛି କି ପ୍ରତି ଲୋକସଭା କାର୍ଯ୍ୟକାଳ ସମାପ୍ତି ପରେ ରାଷ୍ଟ୍ରପତିଙ୍କ ପକ୍ଷରୁ ନିବର୍ତ୍ତମାନ ହେବାକୁ ଯାଉଥିବା କେନ୍ଦ୍ରୀୟ କ୍ୟାବିନେଟ୍‌କୁ ବିଦାୟୀ ଡିନର ଲାଗି ଆମନ୍ତ୍ରଣ କରାଯାଇଥାଏ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏହି ପରଂପରାକୁ ନିର୍ବାହ କରିବେ ।

Get real time updates directly on you device, subscribe now.