fbpx

ଫେବୃଆରୀ ୨୯ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; କିଚକେଶ୍ୱରୀ ମନ୍ଦିରରେ କରିବେ ଦର୍ଶନ

ଭୁବନେଶ୍ୱର: ୨୯ ଫେବୃଆରୀରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଫେବୃଆରୀରେ ୨୯ରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ । ୨୯ରେ ମୟୂରଭଞ୍ଜ ଗସ୍ତରେ ଯିବେ ରାଷ୍ଟ୍ରପତି । ଖିଚିଂର କିଚକେଶ୍ୱରୀ ମନ୍ଦିରରେ କରିବେ ଦର୍ଶନ । ଏନେଇ ରାଷ୍ଟ୍ରପତି ଭବନରୁ ଖିଚିଂର ମା’ କିଚକେଶ୍ୱରୀ ମନ୍ଦିର କାର୍ଯ୍ୟାଳୟକୁ ଇ-ମେଲ ଆସିଛି । ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଉଚନ୍ତି ଖିଚିଂର ମା’ କିଚକେଶ୍ବରୀ ।

ମା’ କିଚକେଶ୍ୱରୀ ମନ୍ଦିର ତରଫରୁ ମହାମହିମ ରାଷ୍ଟ୍ରପତିଙ୍କୁ ମନ୍ଦିର ପରିଦର୍ଶନରେ ଆସିବା ପାଇଁ ଦିଆ ଯାଇଥିଲା ନିମନ୍ତ୍ରଣ ପତ୍ର । ଏନେଇ ରାଷ୍ଟ୍ରପତି ଭବନରୁ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ମା’ କିଚକେଶ୍ବରୀ କାର୍ଯ୍ୟାଳୟକୁ ଆସିଛି ଇ- ମେଲ । ଏହି ଇ- ମେଲ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି ।

Get real time updates directly on you device, subscribe now.