fbpx
BJD SKY
BJD SKY

ବିଜେପିରେ ମିଶିବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ!

BJD

ଓଡ଼ିଶା ଭାସ୍କର: ବିଜେଡିରୁ ବହିସ୍କୃତ ହେବା ପରେ ଅନେକ ଚର୍ଚ୍ଚାରେ ରହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ତେବେ ଶାସକ ବିଜେଡିକୁ ବାରମ୍ବାର ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରୁଥିବା ପ୍ରଦୀପ ଏବେ ବିଜେପି ଆଡକୁ ଢଳୁଥିବା ଦେଖିବାକୁ ମିଳୁଛି। ସେପଟେ ସାଧାରଣରେ ଚର୍ଚ୍ଚା ହେଉଛି ଯେ ପ୍ରଦୀପ ଖୁବଶୀଘ୍ର ବିଜେପିରେ ସାମିଲ ହୋଇପାରନ୍ତି। ଆଉ ପ୍ରଦୀପଙ୍କ ବିଜେପିରେ ସାମିଲ ହେବା ନେଇ ଦଳୀୟ ଭିତରେ ଆଲୋଚନା ହୋଇସାରିଛି। ଆଉ ମାତ୍ର ୧୫ରୁ ୨୦ ଦିନ ଭିତରେ ସ୍ୱାଧୀନ ବିଧାୟକ ଭାବେ ଥିବା ପ୍ରଦୀପ ବିଜେପି ବାନା ଧରିପାରନ୍ତି। ତେବେ ଏଭଳି କିଛି ଚର୍ଚ୍ଚା ଲାଗିରହିଥିବା ବେଳେ ଆଜି ପ୍ରଦୀପଙ୍କୁ ଭେଟିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଏହି ଭେଟଘାଟ ପ୍ରଦୀପଙ୍କ ସରକାରୀ ବାସଭବନରେ ହୋଇଥିବା ଜଣାପଡିଛି। ହେଲେ ଏହି ଭେଟଘାଟରେ ଉଭୟଙ୍କ ମଧ୍ୟରେ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଛି ତାହା ଜଣା ପଡିନାହିଁ। କିନ୍ତୁ ଏହାକୁ ନେଇ କୁହାଯାଉଛି ଯେ, ବିଜେପିରେ ସାମିଲ ନେଇ ପ୍ରଦୀପ ଓ ମନମୋହନଙ୍କ ଏହି ଭେଟଘାଟ ହୋଇଛି। ଅନ୍ୟପଟେ ଏ କଥା ମଧ୍ୟ ଚର୍ଚ୍ଚା ହେଉଛି ଯେ, ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ନିର୍ବାଚନରେ ସମର୍ଥନ ଦେବା ପାଇଁ ପ୍ରଦୀପଙ୍କୁ ମନମୋହନ ଭେଟିଛନ୍ତି। ତେବେ ଏସବୁ ଚର୍ଚ୍ଚା ଓ ଆଲୋଚନା ଭିତରେ ପ୍ରଦୀପ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ଅନ୍ୟ କିଛି ଇସାରା ଦେଇଛି।

ପ୍ରଦୀପ ନିଜର ଏକ ପ୍ରତିକ୍ରିୟାରେ କହିଛନ୍ତି, ରାଜ୍ୟରେ ବହୁତ ଗ୍ରୀନ ଓ ହ୍ୱାଇଟ ଦେଖିଲେ, ହେଲେ ଏଥର ଅରେଞ୍ଜ ଦେଖିବା। ଅନ୍ୟପଟେ ବିଜେପିରେ ସାମିଲ ହେବା ନେଇ ପ୍ରଶ୍ନରେ ପ୍ରଦୀପ କହିଛନ୍ତି, ୧୫ ଦିନ ଭିତରେ ଏହାର ସ୍ପଷ୍ଟ ଚିତ୍ର ଆପଣଙ୍କ ସମ୍ମୁଖରେ ଥିବ। ତେବେ ୧୫ ଦିନ ଭିତରେ କେଉଁ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଏହି ୧୫ ଦିନ ଭିତରେ ହିଁ ପ୍ରଦୀପ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

 

Get real time updates directly on you device, subscribe now.