fbpx

ପୁରୀ ରଥଯାତ୍ରାରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଆଗକୁ ଆସୁଛି ମହାପ୍ରଭୁଙ୍କ ମହାପର୍ବ । ରଥଯାତ୍ରା ପାଇଁ ସାରା ବିଶ୍ୱ ଉତ୍ସାହର ସହ ଅନେଇ ବସିଛି । ଏବେଠାରୁ କାଳିଆକୁ ପାଖରୁ ଦେଖିବା ପାଇଁ ପୁରୀକୁ ଭକ୍ତମାନଙ୍କ ସୁଅ ଛୁଟିଲାଣି । ତେବେ ଏହାରି ମଧ୍ୟରେ ପୁରୀକୁ ମହାମହିମଙ୍କ ଆଗମନ ଖବର ସାମ୍ନାକୁ ଆସିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ରଥଯାତ୍ରାରେ ଯୋଗ ଦେବେ ।

ସୂଚନା ଅନୁଯାୟୀ, ଜୁଲାଇ ୬ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କର ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱର ଓ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗଦେବେ ବୋଲି ସୂଚନା ମିଳିଛି । ତେବେ ରଥଯାତ୍ରାରେ ରାଷ୍ଟ୍ରପତି ଯୋଗ ଦେବା ନେଇ ଅନେକ କଡା ସୁରକ୍ଷା ବ୍ୟବସ୍ଥା କରାଯିବ ।

Get real time updates directly on you device, subscribe now.