fbpx

ରାଷ୍ଟ୍ରପତି ନିର୍ବାଚନ ପାଇଁ ଜଣେ ବ୍ୟକ୍ତି ନାମାଙ୍କନ ପତ୍ର ଦାଖଲ କରିପାରିବ, କିନ୍ତୁ ମାନିବାକୁ ପଡ଼ିବ ନିର୍ବାଚନ ଆୟୋଗଙ୍କର ଏହିସବୁ ସର୍ତ୍ତାବଳୀ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ମାସ ୧୮ ତାରିଖରେ ଦେଶରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ । ତେବେ ଦେଶର ପ୍ରଥମ ନାଗରିକଙ୍କ ଚୟନ ସମଗ୍ର ଦେଶବାସୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ନିର୍ବାଚନ ଆୟୋଗ (ଇସି)ଙ୍କର କିଛି ସର୍ତ୍ତ ରହିଛି । ଜଣେ ସାଧାରଣ ନାଗରିକ ଏଥିପାଇଁ ନାମାଙ୍କନ ଭରି ପାରିବ, ମାତ୍ର ତାଙ୍କୁ ୫୦ ଜଣ ପ୍ରସ୍ତାବକ ଓ ୫୦ ଜଣ ସମର୍ଥକଙ୍କର ଆବଶ୍ୟକତା ରହିଥାଏ ।

ରାଷ୍ଟ୍ରପତି ନିର୍ବାଚନରେ ଜଣେ ସାଧାରଣ ଲୋକ ନାମାଙ୍କନ ଭରି ପାରିବ, ମାତ୍ର ଏହି ପଦ ପାଇଁ ୫୦ ଜଣ ପ୍ରସ୍ତାବକ ଓ ୫୦ ଜଣ ସମର୍ଥକଙ୍କ ଯୋଗାଡ଼ କରିବାକୁ ପଡ଼ିବ । ଏଥିସହିତ ବୁନିଆଦି ସର୍ତ୍ତ ମଧ୍ୟ ସାମିଲ ରହିଛି । ତେବେ ଏହି ପ୍ରସ୍ତାବକ ଓ ସମର୍ଥକ ସାଧାରଣ ନାଗରିକ ନୁହନ୍ତି, ସାଂସଦ ବା ବିଧାୟକ ହେବା ଜରୁରୀ । ଜଣେ ସାଧାରଣ ଲୋକ ପାଇଁ ୫୦-୫୦ ସାଂସଦ ବା ବିଧାୟକଙ୍କୁ ପ୍ରସ୍ତାବକ ଓ ସମର୍ଥକ ଭାବେ ଯୋଗାଡ଼ କରିବା ସହଜ କାମ ନୁହେଁ । ଯିଏ ପ୍ରସ୍ତାବକ ରହିବ ସିଏ ସମର୍ଥକ ରହିପାରିବେ ନାହିଁ ।

ରାଷ୍ଟ୍ରପତି ନିର୍ବାଚନ ପାଇଁ ଜମାନତ ରାଶି ୫୦୦୦ ବଦଳରେ ଏବେ ୧୫ ହଜାର କରି ଦିଆଯାଇଛି । ଯେଉଁମାନଙ୍କୁ ଗୋଟିଏ ବି ଭୋଟ ମିଳେନାହିଁ, ସେମାନଙ୍କୁ ନିର୍ବାଚନରୁ ଦୂରେଇ ରଖିବା ପାଇଁ ଇସି ନାମାଙ୍କନ ପାଇଁ ପ୍ରସ୍ତାବକ ଓ ସମର୍ଥକଙ୍କ ସଂଖ୍ୟା ସର୍ତ୍ତ ଲାଗୁ କରିଛନ୍ତି । ନିର୍ବାଚନ ଆୟୋଗଙ୍କ ମୁତାବକ, ଗତ ରାଷ୍ଟ୍ରପତି ନିର୍ବାଚନରେ ୧୫ରୁ ୨୦ ଆଶାୟୀଙ୍କୁ ନିର୍ବାଚନ ମୈଦାନରେ ଗୋଟିଏ ବି ଭୋଟ୍ ମଧ୍ୟ ମିଳିନଥିଲା ।

Get real time updates directly on you device, subscribe now.