fbpx

ଗାନ୍ଧୀଜୀଙ୍କ ସତ୍ୟ ଓ ଅହିଂସାର ଆଦର୍ଶ ଦୁନିଆକୁ ନୂଆ ରାସ୍ତା ଦେଖାଇଛି: ରାଷ୍ଟ୍ରପତି ମୁର୍ମୁ

ନୂଆଦିଲ୍ଲୀ: ଅକ୍ଟୋବର ମାସ ୨ ତାରିଖରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୪ତମ ଜୟନ୍ତୀ ପାଳିତ ହେବ । ତେଣୁ ଗାନ୍ଧି ଜୟନ୍ତୀର ପୂର୍ବ ସନ୍ଧ୍ୟାରେ ସମସ୍ତ ଦେଶବାସୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭକାମନା ଜଣାଇଛନ୍ତି । ଗାନ୍ଧୀଜୀଙ୍କ ସତ୍ୟ ଓ ଅହିଂସାର ଆଦର୍ଶ ଦୁନିଆକୁ ଏକ ନୂଆ ରାସ୍ତା ଦେଖାଇଛି । ତେଣୁ ତାଙ୍କର ମହାନ୍ ନୀତି ଓ ଆଦର୍ଶରେ ସମସ୍ତେ ଆଗକୁ ବଢ଼ିବା ଉଚିତ । ସମସ୍ତ ନାଗରିକଙ୍କ ତରଫରୁ ରାଷ୍ଟ୍ରପିତାଙ୍କୁ ରାଷ୍ଟ୍ରପତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ରାଷ୍ଟ୍ର ଉଦ୍ଦେଶ୍ୟରେ ସନ୍ଦେଶ ଦେଇ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ଗାନ୍ଧୀଜୀଙ୍କ ସତ୍ୟ ଓ ଅହିଂସାର ଆଦର୍ଶ ସାରା ବିଶ୍ୱକୁ ଏକ ନୂଆ ରାସ୍ତା ଦେଖାଇଛି । ରାଷ୍ଟ୍ରପିତା ନିଜର ସାରା ଜୀବନ ଅହିଂସା ପାଇଁ ଲଢ଼େଇ ଜାରି ରଖିବା ସହିତ ସ୍ୱଚ୍ଛତା, ମହିଳା ସଶକ୍ତିକରଣ, ଆତ୍ମନିର୍ଭରତା ଓ କୃଷକଙ୍କ ଅଧିକାର ଉପରେ ସ୍ୱରଉତ୍ତୋଳନ କରି ଆସିଥିଲେ । ଏଥିସହିତ ସେ ସାମାଜିକ ଭେଦଭାବ ଓ ଅଶିକ୍ଷା ବିରୋଧରେ ମଧ୍ୟ ସଂଘର୍ଷ କରିଥିଲେ ।

ଗାନ୍ଧୀଜୀଙ୍କ ବିଚାରାଧାରାକୁ ଗ୍ରହଣ କରିବା ସହ ସେହି ରାସ୍ତାରେ ଚାଲିବା ପାଇଁ ରାଷ୍ଟ୍ରପତି ନିଜ ସନ୍ଦେଶ ମାଧ୍ୟମରେ ଜନସାଧାରଣଙ୍କୁ ଅପିଲ କରିଥିଲେ । ରାଷ୍ଟ୍ରପିତାଙ୍କ ବିଚାର, ଭାଷଣ ଓ କାର୍ଯ୍ୟକୁ ଦେଶର କଲ୍ୟାଣ ଦିଗରେ ଉପଯୋଗ କରିବାର ଆବଶ୍ୟକତା ରହିଛି । ପ୍ରତ୍ୟେକ ନାଗରିକଙ୍କର ଦେଶ ପ୍ରତି କିଛି କର୍ତ୍ତବ୍ୟ ରହିଛି । ତେଣୁ ଆମେ ସମସ୍ତେ ନିଜର ମୂଲ୍ୟବାନ ସମୟରୁ କିଛି ସମୟ ଦେଶ ପାଇଁ ବାହାର କରିବା ଦରକାର । ସମସ୍ତର ପ୍ରୟାସରେ ଦେଶ ଆଗକୁ ବଢ଼ିପାରିବ ବୋଲି ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।

Get real time updates directly on you device, subscribe now.