fbpx

ଆଜିଠୁ ୨ ଦିନିଆ ପୁରୀ ଗସ୍ତରେ ଆସୁଛି ରାଷ୍ଟ୍ରପତି, ଅପରାହ୍ନରେ ମହାପ୍ରଭଙ୍କୁ ଦର୍ଶନ କରିବେ ମହାମହିମ

ପୁରୀ/ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଦେଶର ପ୍ରଥମ ନାଗରିକ ତଥା ରାଷ୍ଟ୍ରପାତି ରାମନାଥ କୋବିନ୍ଦ ଏକ ଦୁଇଦିନିଆ ଗସ୍ତରେ ଆସି ଶନିବାର ଅପରାହ୍ନରେ ପୁରୀରେ ପହଞ୍ଚିବେ । ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସେ ଅପରାହ୍ନ ୩ଟା ୩୫ରେ ପୁରୀ ହେଲ୍ୟିାଡ୍‌ରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ରାଜଭବନକୁ ଯିବେ । ସେଠାରେ ସେ କିଛି ସମୟ ବିଶ୍ରାମ ନେବାପରେ ଅପରାହ୍ନ ୪.୫୦ରେ ଶ୍ରୀମନ୍ଦିର ଅଭିମୁଖେ ବାହାରିବେ । ଅପରାହ୍ନ ୫ଟା ୪୫ ପର୍ଯ୍ୟନ୍ତ ସେ ଶ୍ରୀମନ୍ଦିରରେ ରହିବା ସହ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏଥିନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅପରାହ୍ନ ୪ଟାରୁ ୬ଟା ଯାଏ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରଖାଯାଇଛି । ଶ୍ରୀମନ୍ଦିରରୁ ଫେରିବା ପରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ରାଜଭବନ ଫେରିଯାଇ ସେଠାରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

ପରଦିନ ଅର୍ଥାତ୍‌ ୨୦ ତାରିଖରେ ସେ ଗୌଡୀୟ ମଠ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ପୂର୍ବାହ୍ନ ୧୨ଟାରେ ରାଷ୍ଟ୍ରତି ଶରଧାବାଲିରେ ଆୟୋଜିତ ବିଶ୍ୱ ବୈଷ୍ଣବ ସମ୍ମିଳନୀକୁ ଉଦ୍‌ଘାଟନ କରିବା ସହ ସମ୍ଭାଷଣ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଶୁକ୍ରବାର ପୋଲିସ ପ୍ରଶାସନ ପକ୍ଷରୁ କାର୍‌କେଡ୍‌ ରାଲି କରାଯାଇଥିଲା । ତାଙ୍କ ସୁରକ୍ଷା ନେଇ ବ୍ୟାପକ ବନ୍ଦୋବସ୍ତ ମଧ୍ୟ କରାଯାଇଛି । ୪୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବା ସହ ସୁରକ୍ଷା ତଦାରଖ ପାଇଁ ୨୦୦ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।

Get real time updates directly on you device, subscribe now.