fbpx

ପ୍ରେସିଡେଣ୍ଟ କପ୍ ଶୁଟିଂ ଚାମ୍ପିୟନସିପ୍: ୧୦ମି ଏୟାର ପିସ୍ତଲରେ ଗୋଲ୍ଡ ହାସଲ କଲେ ଇଣ୍ଡୋ-ଇରାନ ଟିମ୍

ନୂଆଦିଲ୍ଳୀ: ଆଇଏସଏସଏଫ ପ୍ରେସିଡେଣ୍ଟ କପ୍ ରେ ଭାରତୀୟ ମହିଳା ସୁଟର ମନୁ ଭାକେର ଏବଂ ଇରାନ ଅଲିମ୍ପିକ ଚାମ୍ପିୟନ ଜାଭେଦ ଫୋରୋଜୀଙ୍କ ମିକ୍ସ ଟିମ୍ ୧୦ମି ଏୟାର ପିସ୍ତଲରେ ଗୋଲ୍ଡ ହାସଲ କରିଛନ୍ତି । ଶୁକ୍ରବାର ଏହି ଇଣ୍ଡୋ-ଇରାନ ଟିମ୍ ଫ୍ରେଞ୍ଚ-ଋଷିଆନ ଡୁଓ ମାଥିଲଡେ ଲାମୋଲ ଏବଂ ଆର୍ଟେମ କ୍ରେନୌସୋଭଙ୍କୁ ୧୬-୮ରେ ହରାଇ ଗୋଲ୍ଡ ମେଡାଲ ଜିତିଛନ୍ତି ।

ଭାକେର ଏବଂ ଫୋରୋଗୀ କ୍ୱାଲିଫାଇଙ୍ଗ ରାଉଣ୍ଡରେ ତୃତୀୟ ସ୍ଥାନରେ ରହିବା ସହ ୫୮୨/୬୦୦ ରନ କରିଥିଲେ ତେବେ ପ୍ରଥମ ସେମିଫାଇନାଲରେ ସେମାନେ ଅନ୍ୟ ଚାରି ଦଳକୁ ପଛରେ ପକାଇଥିଲେ ଏବଂ ଫାଇନାଲରେ ପହଞ୍ଚିଥିଲେ । ଲମୋଲେ ଏବଂ ଆର୍ଟେମ ଦ୍ୱିତୀୟ ସେମିଫାଇନାଲରେ ବିଜୟୀ ହୋଇ ଫାଇନାଲରେ ପହଞ୍ଚିଥିଲେ । ତେବେ ଏହି ମିଶ୍ରିତ ଟିମ୍ ଆଇଏସଏସଏଫ ଦ୍ୱାରା କରାଯାଇଥାଏ ।

ସେହିଭଳି ୧୦ ମି ରାଇଫଲରେ ଚାଇନାର ଲିହାଓ ସେଙ୍ଗ ଏବଂ ରୋମାନିଆ ଲରା ଜର୍ଜେଟା ଗୋଲ୍ଡ ମେଡାଲ ହାସଲ କରିଛନ୍ତି । ବିଶ୍ୱକପ ବଦଳରେ ପ୍ରେସିଡେଣ୍ଟ କପ୍ ଆୟୋଜିତ ହେଉଥିବା ବେଳେ ଶେଷ୍ଠ ୧୨ ଶୁଟରଙ୍କୁ ବିଶ୍ୱକପରେ ଅଂଶଗ୍ରହଣରେ ସୁଯୋଗ ମିଳେ ।

Get real time updates directly on you device, subscribe now.