fbpx

ଆପଣ ଉଦାସୀନ ରହୁଛନ୍ତି କି, ହୋଇଯାଆନ୍ତୁ ସାବଧାନ ନଚେତ ଭୋଗିବେ ଭୟଙ୍କର ପରିଣାମ

ସର୍ବଦା ସକାରାତ୍ମକ ମନୋଭାବ ନେଇ ଖୁସିରେ ରହିବା ଆମ ଶରୀର ପାଇଁ ଶୁଭଙ୍କର । କିନ୍ତୁ ଉଦାସୀନତା ଓ ଚିନ୍ତାରେ ବୁଡ଼ି ରହୁଥିବା ଲୋକ ଭୟଙ୍କର ବିପଦକୁ ଡାକି ଆଣିଥାନ୍ତି । ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଯେଉଁମାନେ ମାନସିକ ଚାପଗ୍ରସ୍ତ ହୋଇଥାନ୍ତି, ସେମାନଙ୍କୁ ଭବିଷ୍ୟତରେ କ୍ୟାନସର ପରି ମାରାତ୍ମକ ରୋଗ ହେବାର ସମ୍ଭାବନା ଅଧିକ ଥାଏ ।

ଲଣ୍ଡନ ୟୁନିଭରସିଟିର ଜଣେ ଡାକ୍ତର ଏକ ନେଇ ନିଜର ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ, ଖୁସିରେ ରହୁଥିବା ଲୋକଙ୍କ ଅପେକ୍ଷା ମାନସିକ ଚାପରେ ରହୁଥିବା ଲୋକଙ୍କ ଠାରେ ମୃତ୍ୟୁର ସମ୍ଭାବନା ଅଧିକ ଥାଏ । କେବଳ ସେତିକି ନୁହେଁ, ଚିନ୍ତାଗ୍ରସ୍ତ ମାନେ ବିଭିନ୍ନ ପ୍ରକାର କର୍କଟ ରୋଗର ଶିକାର ହୋଇଥାନ୍ତି ।

ଏହି ପରୀକ୍ଷଣ ପାଇଁ ଦେଢ଼ ଲକ୍ଷ ଲୋକଙ୍କୁ ସାମିଲ କରାଯାଇଥିଲା । ସେଥିରେ କୁହାଯାଇଛି ଯେ, ଚାପ କର୍କଟ ରୋଗ ସହିତ ଜଡ଼ିତ, ମାତ୍ର ଉଦସୀନତା କର୍କଟର ମୁଖ୍ୟ କାରଣ ନୁହେଁ ।

Get real time updates directly on you device, subscribe now.