fbpx

ମାସ ଆରମ୍ଭରୁ ମହଙ୍ଗା ମାଡ, ବଢ଼ିଲା କମର୍ସିଆଲ୍ ଏଲପିଜି ସିଲିଣ୍ଡରର ଦାମ୍

ନୂଆଦିଲ୍ଲୀ: ଅକ୍ଟୋବର ମାସର ପ୍ରଥମ ଦିନରୁ ପେଟ୍ରୋଲିୟମ୍ କମ୍ପାନୀ ଗୁଡ଼ିକ ମହଙ୍ଗା ମାଡର ଝଟକା ଦେଇଛନ୍ତି । କରୋନା ସମୟରେ ଜୀବିକାକୁ ନେଇ ଲୋକେ ସମସ୍ୟା ଦେଇ ଗତି କରୁଥିବା ବେଳେ ଏହି ମହଙ୍ଗା ମାଡ଼ ସେମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଆହୁରି ଭାଙ୍ଗିଦେଇଛି । ଏବେ ପେଟ୍ରୋଲିୟମ୍ କମ୍ପାନୀ ଗୁଡ଼ିକ କମର୍ସିଆଲ୍ ସିଲିଣ୍ଡର ଦାମ୍ ୪୩.୫ ଟଙ୍କା ବଢ଼ାଇ ଦେଇଚନ୍ତି । ଏହା ଫଳରେ ରେଷ୍ଟୁରାଣ୍ଟ୍ , ଢ଼ାବା ଆଦିରେ ଖାଦ୍ୟ ମହଙ୍ଗା ହେବାର ଆଶଙ୍କା ଦେଖାଦେଇଛି ।

ଇଣ୍ଡିଆନ୍ ଅଏଲ୍ ୱେବସାଇଟ୍ ଅନୁସାରେ, ଦିଲ୍ଲୀରେ ୧୯ କିଲୋର କମର୍ସିଆଲ୍ ସିଲିଣ୍ଡର ୧୭୩୬.୫ ଟଙ୍କା ହୋଇଯାଇଛି । ପୂର୍ବରୁ ଏହା ୧୬୯୩ ଟଙ୍କା ଥିବା ବେଳେ ଏବେ ଏହାର ଦାମ୍ ବୃଦ୍ଧି ପାଇଛି । କିନ୍ତୁ ଘରେ ବ୍ୟବହୃତ ହେଉଥିବା ୧୪.୨ କିଲୋର ସିଲିଣ୍ଡରର ଦାମ୍ ରେ କୌଣସି ପରିବର୍ତ୍ତନ ଅଣାଯାଇନାହିଁ ।

ସେହିପରି କୋଲକାତାରେ ୧୯ କିଲୋର କମର୍ସିଆଲ୍ ସିଲିଣ୍ଡର ୧୮୦୫.୫ ଟଙ୍କା ହୋଇଯାଇଛି । ପୂର୍ବରୁ ଏହା ୧୭୭୦.୫ ଟଙ୍କା ଥିବା ବେଳେ ଏବେ ଏହାର ଦାମ୍ ବୃଦ୍ଧି ପାଇଛି । ତେବେ ପେଟ୍ରୋଲିୟମ୍ କମ୍ପାନୀ ପ୍ରତି ୧୫ ଦିନରେ ଏଲପିଜି ସିଲିଣ୍ଡରର ଦାମ୍ ସମୀକ୍ଷା କରନ୍ତି ।

ଏହାପୂର୍ବରୁ ସେପ୍ଟେମ୍ବର ୧ ରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରାଯାଇଥିଲା। ଏହି ବୃଦ୍ଧି ପରେ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୮୪.୫୦ ଟଙ୍କାକୁ ବୃଦ୍ଧି ହୋଇଥିଲା । ଚଳିତ ମାସରେ ଏହି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।

Get real time updates directly on you device, subscribe now.