ପ୍ରାଇମେରୀ ସ୍କୁଲ ପ୍ରିନ୍ସିପାଲଙ୍କୁ କେତେ ମିଳିବ ଦରମା, ୮ମ ବେତନ ଆୟୋଗ ଲାଗୁ ପରେ ବଢିଯିବ ଏତେ, ଜାଣନ୍ତୁ
୮ମ ବେତନ ଆୟୋଗ ଲାଗୁ ହେଲେ, କେତେ ବଢିବ ପ୍ରାଇମେରୀ ସ୍କୁଲର ପ୍ରିନ୍ସିପାଲଙ୍କ ଦରମା, ଜାଣନ୍ତୁ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ପ୍ରାଥମିକ ବିଦ୍ୟାଳୟର ପ୍ରିନ୍ସିପାଲଙ୍କ ଦରମା ତାଙ୍କ ଯୋଗ୍ୟତା, ଅଭିଜ୍ଞତା ଏବଂ ସ୍କୁଲର ଲୋକେସନ ଉପରେ ନିର୍ଭର କରିଥାଏ । ୭ମ ବେତନ ଆୟୋଗ ଅନୁଯାୟୀ, ସେମାନଙ୍କର ଦରମା ଧାର୍ଯ୍ୟ କରାଯାଇଛି, କିନ୍ତୁ ଏଥିରେ ୮ମ ବେତନ ଆୟୋଗରେ ସମ୍ଭାବ୍ୟ ପରିବର୍ତ୍ତନ ହୋଇପାରେ।
୭ମ ବେତନ ଆୟୋଗ ଅନୁସାରେ ବର୍ତ୍ତମାନର ଦରମା: ବର୍ତ୍ତମାନ ୭ମ ବେତନ ଆୟୋଗ ଅନୁଯାୟୀ, ଉତ୍ତର ପ୍ରଦେଶର ପ୍ରାଥମିକ ବିଦ୍ୟାଳୟର ପ୍ରିନ୍ସିପାଲଙ୍କ ଦରମା ୫୬ ହଜାର ୧୦୦ ଟଙ୍କାରୁ ଆରମ୍ଭ ହୋଇ ସର୍ବାଧିକ ୧,୭୭,୫୦୦ ଟଙ୍କା ପର୍ଯ୍ୟନ୍ତ ଯାଇପାରେ । ଏହି ରେଞ୍ଜ ବହୁତ ବଡ଼ କାରଣ ଏଥିରେ ପ୍ରିନ୍ସିପାଲଙ୍କ ଅଭିଜ୍ଞତା ଏବଂ ଚାକିରିର ବର୍ଷକୁ ମଧ୍ୟ ଧ୍ୟାନରେ ରଖାଯାଇଛି ।
୮ମ ବେତନ ଆୟୋଗରେ ସମ୍ଭାବ୍ୟ ପରିବର୍ତ୍ତନ: କେନ୍ଦ୍ର ସରକାର ୮ମ ବେତନ ଆୟୋଗର ଗଠନକୁ ମଞ୍ଜୁରୀ ଦେଇଛନ୍ତି । ଏହାର ମୁଖ୍ୟ ଉଦ୍ଦେଶ୍ୟ ସରକାରୀ କର୍ମଚାରୀମାନଙ୍କର ଏବଂ ପେନସନଭୋଗୀ ଙ୍କର ଦରମା, ଭତ୍ତା ଏବଂ ପେନସନର ସମୀକ୍ଷା କରିବା । ଏହି ଆୟୋଗ ଲାଗୁ ହେବା ପରେ ସବୁ ସରକାରୀ କର୍ମଚାରୀଙ୍କର ଦରମା ବୃଦ୍ଧି ହେବାର ଆଶା ରହିଛି ।
୮ମ ବେତନ ଆୟୋଗରେ ଫିଟମେଣ୍ଟ ଫ୍ୟାକ୍ଟର ୨.୬ରୁ ୨.୮୫ ମଧ୍ୟରେ ଧାର୍ଯ୍ୟ ହୋଇଥାଏ, ତେବେ ଦରମା ଏବଂ ପେନସନରେ ହାରାହାରି ୨୫ ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ । ଉଦାହରଣ ପାଇଁ ଯଦି ଫିଟମେଣ୍ଟ ଫ୍ୟାକ୍ଟର ୨.୮୬ ହୁଏ ତେବେ ସର୍ବନିମ୍ନ ବେସିକ ଦରମା ୫୧ ହଜାର ୪୮୦ ଟଙ୍କା ପର୍ଯ୍ୟନ୍ତ ବଢିପାରେ ।
ତେବେ ଏହି ଅନୁଯାୟୀ, ପ୍ରାଇମେରୀ ସ୍କୁଲ ପ୍ରିନ୍ସିପାଲଙ୍କ ଦରମା ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ଆୟୋଗର ସୁପାରିଶ ଏବଂ ସରକାରଙ୍କ ଅନୁମୋଦନ ପରେ ହିଁ ପ୍ରକୃତ ଆକଳନ ସ୍ପଷ୍ଟ ହେବ ।