ଆଲିଶାନ୍ ବ୍ଲେୟାର ହାଉସ୍ ରହିବେ ପ୍ରଧାନମନ୍ତ୍ରୀ, ଆମେରିକା ଗସ୍ତ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ କରିବେ ଦ୍ୱୀପାକ୍ଷିକ ଆଲୋଚନା
ଆମେରିକାର ବ୍ଲେୟାର ହାଉସ୍ ହ୍ୱାଇଟ୍ ହାଉସ୍ ଅପେକ୍ଷା ବହୁତ ସୁନ୍ଦର ଅଟେ । ଏହାକୁ ଆମେରିକା ରାଷ୍ଟ୍ରପତିଙ୍କ ଗେଷ୍ଟ ହାଉସ୍ ମଧ୍ୟ କୁହାଯାଏ । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଦୁଇ ଦିବସୀୟ ଆମେରିକା ଗସ୍ତ ସମୟରେ ବ୍ଲେୟାର ହାଉସରେ ରହିବେ ।
ୱାଶିଂଟନ୍: ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗସ୍ତ ସମୟରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ।
ଆସନ୍ତା ଫେବୃଆରୀ ୧୪ ତାରିଖ ପର୍ଯ୍ୟନ୍ତ ସେ ଆମେରିକାରେ ରହିବେ । ଗସ୍ତ ସମୟରେ ମୋଦୀ ସେଠାରେ ଆମେରିକୀୟ ବିଜନେସ୍ ଲିଡର୍ସ ଏବଂ ଭାରତୀୟ ସମୁଦାୟଙ୍କୁ ଭେଟିବେ । ଏହା ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ଦ୍ୱୀପାକ୍ଷିକ ଆଲୋଚନା କରିବା ନେଇ ସମ୍ଭାବନା ରହିଛି ।
ପ୍ରଧାନମନ୍ତ୍ରୀଙ୍କ ରହଣୀ: ପ୍ରଧାନମନ୍ତ୍ରୀ ତାଙ୍କର ଦୁଇ ଦିବସୀୟ ଆମେରିକା ଗସ୍ତରେ ବ୍ଲେୟାର ହାଉସରେ ରହିବେ । ଏହା ଠିକ୍ ହ୍ୱାଇଟ୍ ହାଉସ୍ ସାମ୍ନାରେ ସ୍ଥିତ ।
ବ୍ଲେୟାର ହାଉସକୁ ଆମେରିକା ରାଷ୍ଟ୍ରପତିଙ୍କ ଅଧିକାରିକ ଗେଷ୍ଟ ହାଉସ୍ ବୋଲି କୁହାଯାଏ ।
ସାଧାରଣତଃ ଆମେରିକା ରାଷ୍ଟ୍ରପତି ଶପଥ ଗ୍ରହଣ ପୂର୍ବରୁ ବ୍ଲେୟାର ହାଉସରେ କିଛି ସମୟ ବିତାଇଥାନ୍ତି । ଏହା ବ୍ୟତୀତ ହ୍ୱାଇଟ୍ ହାଉସ୍ ଗସ୍ତ କରୁଥିବା ଅନ୍ୟ ଦେଶର ନେତା ଓ ମନ୍ତ୍ରୀମାନେ ମଧ୍ୟ ଏଠାରେ ରହିଥାନ୍ତି ।
ଆଲିଶାନ୍ ବ୍ଲେୟାର ହାଉସ୍: ହ୍ୱାଇଟ୍ ହାଉସ୍ ଠାରୁ ବି ଅଧିକ ଆଲିଶାନ୍ ବ୍ଲେୟାର ହାଉସ୍ । ଏହି ଐତିହାସିକ ଭବନ ପ୍ରାୟ ୨ ଶତାବ୍ଦୀ ଧରି ଆମେରିକୀୟ ରାଜନୀତି, ସାଂସ୍କୃତିକ ଇତିହାସ ଏବଂ କୂଟନୀତିର ସାକ୍ଷୀ ରହିଆସିଛି ।
୧୧୯ଟି କୋଠରୀ: ଚାରି ମହଲା ବିଶିଷ୍ଟ ବ୍ଲେୟାର ହାଉସରେ ମୋଟ୍ ୧୧୯ଟି କୋଠରୀ ରହିଛି । ସେଥିମଧ୍ୟରୁ ୧୪ଟି ଗେଷ୍ଟ ହାଉସ୍ ଥିବା ବେଳେ ୩୫ଟି ସ୍ନାନାଗାର ନିର୍ମିତ ହୋଇଛି ।
ରକ୍ଷଣବେକ୍ଷଣ: ବ୍ଲେୟାର ହାଉସ୍ ଫାଉଣ୍ଡେସନ୍ ଅନୁଯାୟୀ ଏହି ଭବନର ରକ୍ଷଣ ବେକ୍ଷଣ ଆମେରିକୀୟ ବୈଦେଶିକ ବିଭାଗର ପ୍ରୋଟୋକୋଲ ପ୍ରମୁଖ କାର୍ଯ୍ୟାଳୟ ଏବଂ ଜେନେରାଲ ସର୍ଭିସ ଆଡମିନିଷ୍ଟ୍ରେସନ୍ ଦ୍ୱାରା ପରିଚାଳିତ ହୋଇଥାଏ । କିନ୍ତୁ କେବଳ ରାଷ୍ଟ୍ରପତି ହିଁ ବ୍ଲେୟାର ହାଉସରେ ଅତିଥିମାନଙ୍କୁ ରହିବାକୁ ନିମନ୍ତ୍ରିତ କରନ୍ତି ।
ବ୍ଲେୟାର ହାଉସ୍ ଭିତରେ ସୁନ୍ଦର ସାଜସଜ୍ଜା ହୋଇଥିବା ବେଳେ ସ୍ୱତନ୍ତ୍ର ରୋଷେଇୟା ମଧ୍ୟ ନିୟୋଜିତ ଅଛନ୍ତି । କହିରଖୁଛୁ ବ୍ଲେୟାର ହାଉସର ସାଜସଜ୍ଜା ଏବଂ ରକ୍ଷଣବେକ୍ଷଣ ପାଇଁ ସରକାରୀ ପାଣ୍ଠି ବ୍ୟବହାର କରାଯାଏ ।