CHARIDHAM

ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାଙ୍କୁ ସ୍ୱାଗତ କରିବା ପାଇଁ ଏୟାରପୋର୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ, ରାଜ୍ୟପାଳ ଗଣେଶୀଲାଲ୍, ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର, ଏସଆରସି ପ୍ରଦୀପ ଜେନା ଏବଂ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ପୋଲିସ୍ ମହାନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ପହଞ୍ଚିଛନ୍ତି । ସେମାନେ ପ୍ରଥମେ ଭୁବନେଶ୍ୱରରେ ବାତ୍ୟା ସମ୍ପର୍କିତ ଏକ ବୈଠକ କରିବେ । ଏହାପରେ ସେ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାକୁ ଯିବେ । ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାର ସ୍ଥିତି ସେ ଆକାଶମାର୍ଗରୁ ଦେଖିବେ । ଓଡ଼ିଶା ଗସ୍ତ ପରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଯାଇ ବାତ୍ୟାଞ୍ଚଳ ପରିଦର୍ଶନ କରିବେ । ସେଠାରେ ମଧ୍ୟଏକ ସମୀକ୍ଷା ବୈଠକ ନେବାର କାର୍ୟ୍ୟସୂଚୀ ରହିଛି ।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଅମ୍ଫାନ ବାତ୍ୟାରେ କ୍ଷତିଗ୍ରସ୍ତ ପଶ୍ଚିମବଙ୍ଗ ଓ ଓଡ଼ିଶାର ପ୍ରଭାବିତ ଅଞ୍ଚଳଗୁଡ଼ିକର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରିଦର୍ଶନ କରି ସହାୟତା ରାଶି ଘୋଷଣା କରିଥିଲେ। ପଶ୍ଚିମବଙ୍ଗକୁ ୧୦୦୦ କୋଟିର ସହାୟତା ରାଶିର ଘୋଷଣା କରିଥିବା ବେଳେ ଓଡ଼ିଶାକୁ ୫୦୦ କୋଟିର ସହାୟତା ଘୋଷଣା କରାଯାଇଥିଲା। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀ ‘ୟଶ୍’ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ ପରେ ଦୁଇ ରାଜ୍ୟ ପାଇଁ ଅନ୍ତରୀଣ ସହାୟତା ରାଶିର ଘୋଷଣା କରିବେ। ବାତ୍ୟା କ୍ଷୟକ୍ଷତିର ଆକଳନ ପାଇଁ ଖୁବ୍ ଶୀଘ୍ର କେନ୍ଦ୍ରୀୟ ଟିମ୍ ପଠାଇବାର ମଧ୍ୟ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି ।