fbpx

କୃଷି ଆଇନକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ, ପ୍ରତ୍ୟାହାର କଲେ…

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରକାଶ ପର୍ବ ପାଇଁ ଶୁଭେଚ୍ଛା ଜଣାଇବାକୁ କୃଷି ଆଇନକୁ ନେଇ ବଡ଼ ଘୋଷଣା କରିଛନ୍ତି ମୋଦୀ । ୩ଟି କୃଷି ଆଇନ ପ୍ରତ୍ୟାହାର ନେଇ ମୋଦୀ ଆଜି ନିଜର ସମ୍ବୋଧନାରେ ଘୋଷଣା କରିଛନ୍ତି । ଆନ୍ଦୋଳନକାରୀ କୃଷକ ଏବେ ଘରକୁ ଯାଅ।।ନ୍ତୁ ବୋଲି ସେ କହିଛନ୍ତି । ଯାହା କରାଯାଉଛି ଚାଷୀଙ୍କ ହିତ ପାଇଁ କରାଯାଉଛି । କୃଷକଙ୍କ କଲ୍ୟାଣ ପାଇଁ ୩ଟି ନୂଆ କୃଷି ଆଇନ ଅଣାଯାଇଥିଲା । ବୁଝାଇବା ସତ୍ତେ୍ୱ କିଛି ଗୋଷ୍ଠୀ ଏହାକୁ ବିରୋଧ କରୁଥିଲେ । ବିରୋଧକୁ ଦୃଷ୍ଟିରେ ରଖି ନୂଆ କୃଷି ଆଇନ ପ୍ରତ୍ୟାହାର କରାଗଲା ବୋଲି ମୋଦୀ କହିଛନ୍ତି ।

ଏହା ସହ ମୋଦୀ କହିଛନ୍ତି ଯେ, ସରକାର ସେବା ଭାବନେଇ କାର୍ଯ୍ୟ କରୁଛନ୍ତି । କୃଷକଙ୍କ କଲ୍ୟାଣ ଆମ ପାଇଁ ପ୍ରାଥମିକତା । ଦେଶର ୧୦୦ରୁ ୮୦ ଜଣ କ୍ଷୁଦ୍ର ଚାଷୀ । ଦେଶରେ କ୍ଷୁଦ୍ର ଚାଷୀଙ୍କ ସଂଖ୍ୟା ୧୦ କୋଟିରୁ ଅଧିକ ରହିଛି । କ୍ଷୁଦ୍ର ଚାଷୀଙ୍କ ସମସ୍ୟା ସମାଧାନ କରିବା ଆମର ଲକ୍ଷ୍ୟ । ଫସଲ ବୀମା ଯୋଜନାକୁ ପ୍ରଭାବୀ କରାଯାଇଛି । ଚାଷୀଙ୍କ ସ୍ୱାର୍ଥରକ୍ଷା ଲାଗି ଅନେକ ପୁରୁଣା ନିୟମରେ ପରିବର୍ତ୍ତନ କରାଯାଇଛି । ୨୨ କୋଟି ସୋଏଲ ହେଲଥ କାର୍ଡ କୃଷକଙ୍କୁ ଦିଆଯାଇଛି । ୧.୬୨ ଲକ୍ଷ କୋଟି ଟଙ୍କା ଚାଷୀଙ୍କ ଆଗାଉଣ୍ଟକୁ ଯାଇଛି । କୃଷକଙ୍କୁ ବୀମାର ଲାଭ ମିଳୁଛି । ମଣ୍ଡିର ନବୀକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି ।ଏହା ସହିତ କ୍ଷୁଦ୍ର ଚାଷୀଙ୍କ ସ୍ୱାର୍ଥ ପାଇଁ ୩ଟି କୃଷି ଆଇନ ପ୍ରତ୍ୟାହାର କରାଯାଇଛି ବୋଲି ମୋଦୀ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.