ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କୀ ବାତ କାର୍ଯ୍ୟକ୍ରମରେ ୧୧୫ ତମ ଏପିସୋଡରେ ନିଜ ଜୀବନର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତକୁ ମନେପକାଇଛନ୍ତି। ପିଏମ ମୋଦୀ କହିଛନ୍ତି ଯେ, ସେ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥଳୀକୁ ଯିବା ପାଇଁ ଅନୁମତି ମିଳିଥିଲା, ଯାହା ତାଙ୍କୁ ଖୁସି କରିଛି। ଭାରତର ଆନିମେସନ ସାରା ଦୁନିଆରେ ପ୍ରଚଳିତ। କାଲି ୱାଲର୍ଡ ଆନିମେଶନ ଡେ ପାଳନ କରାଯିବ ବୋଲି ସେ କହିଛନ୍ତି।
ଏହାରି ମଧ୍ୟରେ ପିଏମ ମୋଦୀ ସାଇବର ଫ୍ରଡ୍କୁ ନେଇ ସଚେତନ କଲେ। ଏଥିସହ ସେ ମନ କୀ ବାତରେ ଭିଡିଓ ଦେଖାଇ ସାଇବର ଫ୍ରଡକୁ ନେଇ ସଚେତନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଏଥିପାଇଁ ୩ଟି ସୂତ୍ର ଅପଣାଇବାକୁ ପରାମର୍ଶ ଦେଇଛନ୍ତି। ପ୍ରଥମ- ଫ୍ରଡ କଲ ଆସିଲେ ଧୈର୍ଯ୍ୟ ଧିିବା ସହ ଭାବନ୍ତୁ ଏବଂ ପଦକ୍ଷେପ ନିଅନ୍ତୁ। ଦ୍ୱିତୀୟତଃ କୌଣସି ଏଜେନ୍ସି ଫୋନ କରି ପଚରାଉଚରା କରେନି। ଫ୍ରଡ କଲ ଆସିଲେ ୧୯୩୦ କୁ କଲ କରି ଜଣାନ୍ତୁ।