fbpx

ଆଜି ରାଜସ୍ଥାନ ହାଇକୋର୍ଟର ପ୍ଲାଟିନମ ଜୟନ୍ତୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ ପୁରା ସିଡ୍ୟୁଲ

ନୂଆଦିଲ୍ଲୀ: ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ର ଏବଂ ରାଜସ୍ଥାନ ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରରେ ୧୧ ଲକ୍ଷ ନୂତନ ଲକ୍ଷପତି ଦିଦିଙ୍କୁ ପ୍ରମାଣପତ୍ର ବଣ୍ଟନ କରିବେ । ଏହା ପରେ ରାଜସ୍ଥାନ ହାଇକୋର୍ଟର ପ୍ଲାଟିନମ ଜୟନ୍ତୀ ସମାରୋହକୁ ସମ୍ବୋଧିତ କରିବେ ।

ଆଜି ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବାହ୍ନ ୧୧ଟା ୧୫ରେ ଜଲଗାଓଁରେ ଲକ୍ଷପତି ଦିଦି ସମ୍ମିଳନୀରେ ଯୋଗ ଦେବେ ଏବଂ ଏହି ସମୟରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ(ଏନଡିଏ) ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ଲକ୍ଷପତି ହୋଇଥିବା ୧୧ ଲକ୍ଷ ନୂତନ ଲକ୍ଷପତି ଦିଦିଙ୍କୁ ପ୍ରମାଣପତ୍ର ବଣ୍ଟନ କରିବେ । ଏହି ସମୟରେ ପ୍ରଧାନମନ୍ତ୍ରୀ ୨୫୦୦ କୋଟି ଟଙ୍କାର ଏକ ‘ରିଭିଲିଂ ଫଣ୍ଡ୍‌’ ଜାରି କରିବେ ଯାହା ୪.୩ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରାୟ ୪୮ ଲକ୍ଷ ସଦସ୍ୟଙ୍କୁ ଲାଭାନ୍ୱିତ କରିବ । ଏହା ସହ ମୋଦୀ ୫ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ମଧ୍ୟ ବିତରଣ କରିବେ ଯେଉଁଥିରୁ ୨.୩୫ ଲକ୍ଷ ସ୍ୱୟଂସହାୟକ ଗୋଷ୍ଠୀର ୨୫.୮ ଲକ୍ଷ ସଦସ୍ୟ ଲାଭାନ୍ୱିତ ହେବ । ସାଢ଼େ ୪ଟାରେ ରାଜସ୍ଥାନ ହାଇକୋର୍ଟର ପ୍ଲାଟିନମ ଜୟନ୍ତୀର ସମାପନ ସମାରୋହରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ । ଏହା ସହ ପ୍ରଧାନମନ୍ତ୍ରୀ ରାଜସ୍ଥାନ ଉଚ୍ଚନ୍ୟାୟାଳୟର ସଂଗ୍ରହାଳୟ ଉଦ୍‌ଘାଟନ କରିବେ । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଯୋଧପୁରରେ ରହଣି ବ୍ୟବସ୍ଥା କରାଯାଇଛି । ତାଙ୍କ ସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ମଧ୍ୟ ରବିବାର ଯୋଧପୁରରେ ରହିବେ । ଏନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

 

Get real time updates directly on you device, subscribe now.