fbpx

କାଲି ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: କୋଭିଡ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ମାନଙ୍କ ସହ କରିବେ ଆଲୋଚନା

ନୂଆ ଦିଲ୍ଲୀ,୨୨/୦୪: ଦେଶରେ ଦ୍ରୁତ ଗତିରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ବୃଦ୍ଧି ପାଇବାରେ ଲାଗିଛି  । ସେପଟେ ବିିଭିନ୍ନ ରାଜ୍ୟମାନଙ୍କରେ ଅକ୍ସିଜେନର ଅଭାବ ଦେଖାଦେଇଛି । ଏଭଳି ସ୍ଥିତିରେ ରାଜ୍ୟମାନେ କେନ୍ଦ୍ରକୁ ଅଧିକ ଅକ୍ସିଜେନ ଯୋଗାଇ ଦେବାକୁ ଦାବି କରିଛନ୍ତି ।

ତେବେ ଆସନ୍ତା କାଲି ପ୍ରଧାନମନ୍ତ୍ରୀ ମୋଦୀ ଦେଶର କୋଭିଡ ସ୍ଥିତି ନେଇ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି । ସକାଳ ୯ଟାରେ କୋଭିଡ ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  । ସକାଳ ୧୦ ଟାରେ ମୁଖ୍ୟମନ୍ତ୍ରୀମାନଙ୍କ ସହ କରିବେ ଆଲୋଚନା  କରିବା ସହ ଦିନ ୧୨ଟା ୩୦ରେ ଅକ୍ସିଜେନ ପ୍ରସ୍ତୁତକାରୀ ସଂସ୍ଥାମାନଙ୍କ ସହିତ ଆଲୋଚନା କରିବେ ମୋଦୀ ।

Get real time updates directly on you device, subscribe now.