fbpx

ୱାୟନାଡ଼ରେ ପହଞ୍ଚିଲେ ପିଏମ ମୋଦୀ, ଭୂସ୍ଖଳନ ପ୍ରଭାବିତ ଅଞ୍ଚଳର ପରଖିଲେ ସ୍ଥିତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ କେରଳରେ ପହଞ୍ଚିଛନ୍ତି। ପିଏମ ସକାଳ ୧୧ଟା ୨୦ରେ କନ୍ନୁର ବିମାନବନ୍ଦରରେ ପହଞ୍ଚିଛନ୍ତି। ସେଠାରେ ରାଜ୍ୟପାଳ ଆରିକ ମହମ୍ମଦ ଖାନ ଏବଂ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ତାଙ୍କୁ ସ୍ୱାଗତ କରିଛନ୍ତି। ଏଠାରୁ ପ୍ରଧାନମନ୍ତ୍ରୀ ୱାୟନାଡରେ ପହଞ୍ଚି ଭୂସ୍ଖଳନ ପ୍ରଭାବିତ ଅଂଚଳରେ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି ଏବଂ ସେହି ଅଞ୍ଚଳରେ ଚାଲିଥିବା ରିଲିଫ୍ ଏବଂ ପୁନର୍ବାସ ଉଦ୍ୟମର ଆକଳନ କରିଛନ୍ତି।ଏହି ସମୟରେ ପ୍ରଧାନମନ୍ତ୍ରୀ ଡାକ୍ତରଖାନା ଏବଂ ରିଲିଫ କ୍ୟାମ୍ପରେ ଭୂସ୍ଖଳନ ପୀଡିତଙ୍କୁ ମଧ୍ୟ ଭେଟିଛନ୍ତି।

ବିରୋଧୀ ନେତା ରାହୁଲ ଗାନ୍ଧୀ, ଯିଏ ୱାୟନାଡ଼ର ପୂର୍ବତନ ସାଂସଦ ଅଟନ୍ତି, ସେ ୱାୟନାଡ଼ ଗସ୍ତ କରିବାର ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଏହା ମଧ୍ୟ ଆଶା କରିଛନ୍ତି ଯେ, ଏହି ଗସ୍ତ ପରେ ପ୍ରଧାନମନ୍ତ୍ରୀ ୱାୟନାଡ଼ ଭୂସ୍ଖଳନକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବେ।

Get real time updates directly on you device, subscribe now.