(Video) ପିଏମ୍ ମୋଦୀଙ୍କୁ ମିଳିଲା କୁଏତର ସର୍ବୋଚ୍ଚ ସମ୍ମାନ ‘ଦି ଅର୍ଡର ଅଫ୍ ମୁବାରକ ଅଲ କବୀର’: ମିଳିଲା ୨୦ତମ ଅନ୍ତର୍ଜାତୀୟ ସମ୍ମାନ

ନୂଆଦିଲ୍ଲୀ: ଦୀର୍ଘ ୪୩ ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ କୁଏତ ଗସ୍ତରେ ଯାଇଛନ୍ତ । ଏହି ବିଦେଶ ଗସ୍ତ ଅବସରରେ ପିଏମ୍ ମୋଦୀ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ କୁଏତରେ ଓଡ଼ିଆ ଯୁବକଙ୍କ ସହ କଥା ହୋଇଛନ୍ତି । ତେବେ ଏହା ମଧ୍ୟରେ ପିଏମ୍ ମୋଦୀଙ୍କୁ କୁଏତର ସର୍ବୋଚ୍ଚ ସମ୍ମାନ ‘ଦି ଅର୍ଡର ଅଫ୍ ମୁବାରକ ଅଲ କବୀର’ରେ ସମ୍ମାନିତ କରାଯାଇଛି । କୌଣସି ଦେଶ ତରଫରୁ ପିଏମ୍ ମୋଦଈଙ୍କୁ ଏହା ୨୦ତମ ଅନ୍ତର୍ଜାତୀୟ ସମ୍ମାନ ମିଳିଛି । ଦି ଅର୍ଡର ଅଫ୍ ମୁବାରକ ଅଲ କବୀର କୁଏତର ଏକ ନାଇଟହୁଡ୍ ଅର୍ଡର ଅଟେ ।

ଏହି ଅର୍ଡର ମିତ୍ରତାର ପ୍ରତୀକ ଭାବେ ରାଷ୍ଟ୍ରାଧ୍ୟକ୍ଷ ଓ ବିଦେଶୀ ପ୍ରମୁଖଙ୍କୁ ତଥା ବିଦେଶୀ ଶାହୀ ପରିବାରର ସଦସ୍ୟଙ୍କୁ ପ୍ରଦାନ କରାଯାଇଥାଏ । ଏହା ପୂର୍ବରୁ ବିଲ କ୍ଲିଣ୍ଟନ, ପ୍ରିନ୍ସ ଚାର୍ଲସ ଓ ଜର୍ଜ ବୁଶଙ୍କ ପରି ବିଦେଶୀ ନେତାଙ୍କୁ ଏହି ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଗତ ୨୧ ତାରିଖ ଦିନ ମୋଦୀ ଦୁଇ ଦିବସୀୟ କୁଏତ ଗସ୍ତରେ ଯାଇ ସେଠାରେ ପହଞ୍ଚିଥିଲେ । ଏହା ପୂର୍ବରୁ ଶେଷ ଥର ପାଇଁ ୧୯୮୧ରେ ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କୁଏତ ଗସ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଆଜି କୁଏତର ବୟାନ ପ୍ୟାଲେସରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ସ୍ୱାଗତ କରାଯାଇଥିଲା ଓ ଗାର୍ଡ ଅଫ୍ ଅନ୍ନର ଦିଆଯାଇଥିଲା । କୁଏତ ପ୍ରଧାନମନ୍ତ୍ରୀ ଶେଖ ଅହମଦ ଅବଦୁଲା ଅଲ-ଅହମଦ ଅଲ-ସବାହ ମୋଦୀଙ୍କୁ ସ୍ୱାଗତ କରିଥିଲେ ।