fbpx

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଶ୍ଚିମ ବଙ୍ଗ ଗସ୍ତ ବାତିଲ

ନୂଆ ଦିଲ୍ଲୀ, ୨୨/୦୪: ଦେଶରେ କୋଭିଡ-୧୯ର ଭୟାବହ ପରିସ୍ଥିତି କୁ ନେଇ ଆସନ୍ତା କାଲି ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି ଯେଉଁଥିରେ ସେ କୋଭିଡ ସ୍ଥିତି ବିଷୟରେ ସମୀକ୍ଷା କରିବେ । ଫଳରେ ସେ  ଏପ୍ରିଲ ୨୩ ରେ ପଶ୍ଚିମବଙ୍ଗରେ ହେବାକୁ ଥିବା ନିର୍ବାଚନୀ ରାଲି ପାଇଁ ପଶ୍ଚିମବଙ୍ଗ ଗସ୍ତକୁ ବାତିଲ କରିଛନ୍ତି ।

ପଶ୍ଚିମବଙ୍ଗ ବିଧାନସଭା ପାଇଁ ସପ୍ତମ ପର୍ୟ୍ୟାୟ ମତଦାନ ପୂର୍ବରୁ ପ୍ରଧାନମନ୍ତ୍ରୀ ଚାରୋଟି ନିର୍ବାଚନ ସମାବେଶକୁ ସମ୍ବୋଧିତ କରିବାର କାର୍ୟ୍ୟକ୍ରମ ରହି ଏନେଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରି ସୂଚନା ଦେଇଛନ୍ତି ।

ଏହା ପୂର୍ବରୁ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ଏକ ଉଚ୍ଚ ସ୍ତରୀୟ  ବୈଠକରେ ଅଧ୍ୟକ୍ଷତା କରି ସାରା ଦେଶରେ ଅମ୍ଳଜାନ ଯୋଗାଣର ସମୀକ୍ଷା କରିଥିଲେ । ବିଭିନ୍ନ ସହରର ଡାକ୍ତରଖାନାଗୁଡ଼ିକ ଅମ୍ଳଜାନ ଯୋଗାଣରେ ଅଭାବ ଥିବା ଅଭିଯୋଗ କରି ସାହାଯ୍ୟ ପାଇଁ ନିବେଦନ କରିଥିଲେ ।

ମୋଦୀ ବରିଷ୍ଠ ଅଧିକାରୀମାନଙ୍କୁ ଅକ୍ସିଜନର ଉତ୍ପାଦନରେ ବୃଦ୍ଧି, ବିତରଣର ଗତି   ବଢାଇବା ଏବଂ ସ୍ୱାସ୍ଥ୍ୟ ସୁବିଧାକୁ ଅମ୍ଳଜାନ ସହାୟତା ଯୋଗାଇବା ପାଇଁ ଅଭିନବ ଉପାୟ ବ୍ୟବହାର କରି ଶୀଘ୍ର କାର୍ଯ୍ୟ କରିବାକୁ କହିଥିଲେ।

Get real time updates directly on you device, subscribe now.