fbpx

ସମ୍ଭାବ୍ୟ ବାତ୍ୟା ‘ୟଶ୍’ ମୁକାବିଲା ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ, ଦେଲେ ଏହିସବୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସମ୍ଭାବ୍ୟ ବାତ୍ୟା ‘ୟଶ୍’ ମୁକାବିଲା କ୍ଷେତ୍ରରେ ସମ୍ୱନ୍ଧିତ ରାଜ୍ୟ ଓ କେନ୍ଦ୍ରୀୟ ମନ୍ତ୍ରାଳୟ ବା ଏଜେନ୍ସି ଗୁଡ଼ିକର ପ୍ରସ୍ତୁତିର ସମୀକ୍ଷା ପାଇଁ ଆଜି ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିରେ ଅନେକ ମନ୍ତ୍ରୀ ଏବଂ ବିଭିନ୍ନ ଅଧିକାରୀ ଯୋଗ ଦେଇଥିଲେ । ବୈଠକରେ ପ୍ରଧାନମନ୍ତ୍ରୀ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକ ସୁରକ୍ଷା ନିମନ୍ତେ ବିଶେଷ ଧ୍ୟାନ କେନ୍ଦ୍ରିତ କରିଛନ୍ତି । ସେଠାରେ କାର୍ୟ୍ୟରତ ଥିବା ଲୋକମାନଙ୍କୁ ତୁରନ୍ତ ସ୍ଥାନାନ୍ତର କରିବା ଉପରେ ଜୋର ଦେଇଛନ୍ତି । ବାତ୍ୟା ପୂର୍ବରୁ ୪୬ ଏନଡିଆରଏଫ ଟିମ୍ ମୁତୟନ ହୋଇଥିବା ସହିତ ୧୩ଟି ଟିମ୍କୁ ଏୟାରଲିଫ୍ଟ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ବାତ୍ୟା ମୁକାବିଲା ପାଇଁ କୋଷ୍ଟ ଗାର୍ଡ ସଜାଗ ଥିବା ବେଳେ ନୌସେନା ସମେତ ଉଦ୍ଧାର କାର୍ୟ୍ୟ ପାଇଁ ଜାହାଜ, ହେଲିକପ୍ଟର ମୁତୟନ କରାଯାଇଛି । ଏହା ସହ ବିଦ୍ୟୁତ ସରବରାହ ଏବଂ ଟେଲିଫୋନ୍ ନେଟଓ୍ବାର୍କ କାର୍ୟ୍ୟକାରିତା ଉପରେ ଧ୍ୟାନ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ସୂଚନାଯୋଗ୍ୟ, ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ମେ’ ୨୬ ରେ ‘ୟଶ୍’ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳରେ ମାଡ଼ କରିପାରେ । ୨୬ ମେ’ ସନ୍ଧ୍ୟା ସୁଦ୍ଧା ବାତ୍ୟା ଦୁଇ ରାଜ୍ୟ ଏବଂ ପଡ଼ୋଶୀ ଦେଶ ଉପକୂଳ ଛୁଇଁବ । ଏହି ସମୟରେ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ଏବଂ ବାଂଲାଦେଶ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ଗତି ୧୫୫ ରୁ ୧୬୫ କିମି ପ୍ରତି ଘଣ୍ଟା ରହିପାରେ । ଭାରତୀୟ ନୌସେନା ନିଜର ଜାହାଜ ଏବଂ ବିମାନକୁ ପ୍ରସ୍ତୁତ ରଖିଛି । ଯାହା ଦ୍ବାରା ବାତ୍ୟା ପ୍ରଭାବିତ ଅଞ୍ଚଳରେ ସହାୟତା ଦିଆଯାଇପାରିବ ବୋଲି ପ୍ରତିରକ୍ଷା ବିଭାଗର ଜଣେ ମୁଖପାତ୍ର କହିଛନ୍ତି ।

Get real time updates directly on you device, subscribe now.