fbpx

ଜର୍ମାନୀରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଭାରତ ଗଣତନ୍ତ୍ରର ଜନନୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି ୭ ଶିଖର ସମ୍ମିଳନୀରେ ଭାଗନେବା ପାଇଁ ରବିବାର ଜର୍ମାନୀର ମ୍ୟୁନିକ୍ ରେ ପହଞ୍ଚିଛନ୍ତି । ଦୁଇ ଦିବସୀୟ ଶିଖର ସମ୍ମିଳନୀ ସମୟରେ ମୋଦୀ ଜି ୭ ଏବଂ ସେଠାରେ ପହଞ୍ଚିଥିବା ଅନ୍ୟ ଦୋଙ୍କ ସହ ବୈଠକ କରିବେ । ଏହି ସମୟରେ ସେ ସମସାମୟିକ ମୁଦ୍ଦାକୁ ନେଇ କଥାବର୍ତ୍ତା କରିବେ  । ତେବେ ବୈଠକ ପୂର୍ବରୁ ୟୁନିକରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଏହି ଅବସରରେ ଜରୁରୀ ପରିସ୍ଥିତର ବିଷୟରେ କହିବା ସହ ସମ୍ବୋଧନ ଆରମ୍ଭ କରିଥିଲେ । ଏହି ଅବସରରେ ମୋଦୀ କହିଛନ୍ତି ଯେ ଭାରତ ଗଣତନ୍ତ୍ରର ଜନନୀ । ସବୁ ଭାରତୀୟଙ୍କ ଡିଏନଏରେ ଗଣତନ୍ତ୍ର ଭରିରହିଛି ।

ନରେନ୍ଦ୍ର ମୋଦୀ କହିଛନ୍ତ ଯେ ଭାରତର ଲୋକ ଗଣତନ୍ତ୍ରକୁ ନଷ୍ଟ କରିବାର ଜବାବ ଗଣତନ୍ତ୍ର ଉପାୟରେ ଦେଇଛନ୍ତି । ଆମେ ଭାରତୀୟ ଯେଉଁଠିବି ରହିବୁ ଆଗ ଗଣତନ୍ତ୍ର ଉପରେ ଗର୍ବ କରିଥାଉ । ସବୁ ଭାରତୀୟ ଗର୍ବରେ କୁହେ, ଭାରତ ଗଣତନ୍ତ୍ରର ଜନନୀ ।

ମୋଦୀ ନିଜ ସମ୍ବୋଧନରେ କହିଛନ୍ତି ଯେ ଆଜି ଭାରତର ସବୁ ଗାଁକୁ ବିଜୁଳି ପହଞ୍ଚିଛି । ପ୍ରାୟ ସବୁ ଗାଁକୁ ସଡ଼କ ମଧ୍ୟ ହୋଇଛି । ଭାରତର ୯୯ ପ୍ରତିଶତରୁ ଅଧିକ ଲୋକଙ୍କ ପାଖରେ ସ୍ୱଚ୍ଛ ରୋଷେଇ ପାଇଁ ଗ୍ୟାସ୍ କନେକ୍ସନ ରହିଛି । ପ୍ରତି ପରିବାର ବ୍ୟାଙ୍କିଂ ସିଷ୍ଟମ ସଜ ଯୋଡ଼ି ହୋଇଛି । ପ୍ରତି ଗରିବକୁ ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମଧ୍ୟ ଯୋଗାଯାଉଛି ।

ସେ ଆହୁରି କହିଛନ୍ତି ଯେ କରୋନାର ଏହି ସମୟରେ ଭାରତ ଗତ ଦୁଇ ବର୍ଷରୁ ୮୦ କୋଟି ଗରିବଙ୍କ ପାଇଁ ମାଗଣା ରାସନ ପ୍ରଦାନ କରୁଛି । ଭାରତରେ ପ୍ରତି ମାସରେ ୫୦୦ ରୁ ଅଧିକ ଆଧୁନିକ ରେଲୱେ କୋଚ ତିଆରି ହେଉଛି । ପ୍ରତି ମାସରେ ୧୮ ଲକ୍ଷ ଘରକୁ ପାଇପ୍ ପାଣି ଯୋଗାଣ ହେଉଛି । ମୋଦୀ କହିଛନ୍ତି ଦୁନିଆରେ ହେଉଥିବା  ରିୟଲଟାଇମ ଡିଜିଟାଲ ପେମେଣ୍ଟ ମଧ୍ୟରୁ ୪୦ % ଟ୍ରାଞ୍ଜାକ୍ସନ ଭାରତରୁ ହିଁ ହେଉଛି । ପିଏମ ମୋଦୀ କହିଛନ୍ତି ଭାରତୀୟଙ୍କ ମଧ୍ୟରେ ପୁରୁଣା ମାନସିତା ବଦଳିଛି,  ଆଜି ଭାରତ ଅଗ୍ରସର ହେଉଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ଭାରତରେ ୯୦ % ବୟସ୍କଙ୍କୁ ଭାକ୍ସିନର ଉଭୟ ଡୋଜ୍ ଦିଆଯାଇସାରିଛି । ଭାରତରେ ଭାକ୍ସିନ ସଂଖ୍ୟା ୧୯୬ କୋଟି ପାର କରିଛି । ଭାରତରେ ନିର୍ମିତ ଭାକ୍ସିନ ଭାରତ ସହ ଦୁନିଆରେ କୋଟି କୋଟି ଲୋକଙ୍କ ଜୀବନ ବଞ୍ଚାଇଛି ।

ମୋଦୀ କହିଛନ୍ତି ଆଜି ସ୍ୱଚ୍ଛତା ଭାରତର ଜୀବନଶୈଳୀ ହୋଇଛି । ଭାରତର ଲୋକମାନେ, ଭାରତର ଯୁବକମାନେ ଦେଶକୁ ସ୍ୱଚ୍ଛ ରଖିବା ନିଜକୁ କର୍ତ୍ତବ୍ୟ ଭାବୁଛନ୍ତି । ଆଜି ଭାରତଙ୍କ ଲୋକଙ୍କୁ ଭରଷା ଅଛି ଯେ ସେମାନଙ୍କ ଟଙ୍କା ସଚ୍ଚୋଟ ଭାବରେ ଦେଶ କାମରେ ଲାଗୁଛି ଭ୍ରଷ୍ଟାଚାର ପାଇଁ ନୁହେଁ ।

Get real time updates directly on you device, subscribe now.