fbpx

ଏକବିଂଶ ଶତାବ୍ଦୀକୁ ଭାରତର ଶତାବ୍ଦୀ ଭାବେ ଗଢ଼ି ତୋଳିବାକୁ ଯୁବପିଢ଼ିକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ହୁବଲିଠାରେ ୨୬ତମ ଜାତୀୟ ଯୁବ ମହୋତ୍ସବକୁ ଉଦ୍‍ଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଭାରତ ହେଉଛି ଯୁବ ଦେଶ। ଭାରତର ଶକ୍ତି ଏହାର ଯୁବସମାଜ। ଏକବିଂଶ ଶତାବ୍ଦୀକୁ ଭାରତର ଶତାବ୍ଦୀ କରି ଗଢ଼ିତୋଳିବାକୁ ସେ ଯୁବପିଢ଼ିକୁ ଆହ୍ୱାନ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଯୁବ ସମାଜ ପାଇଁ ସ୍ୱାମୀ ବିବେକାନନ୍ଦ ହେଉଛନ୍ତି ବହୁତ ବଡ଼ ପ୍ରେରଣାର ଉତ୍ସ। ସ୍ୱାମୀ ବିବେକାନନ୍ଦଙ୍କର ଦୁଇଟି ସନ୍ଦେଶ ଯୁବକମାନଙ୍କ ପାଇଁ ମନ୍ତ୍ର ହେବା ଆବଶ୍ୟକ। ସେଗୁଡ଼ିକ ହେଲା ଇନ୍‍ଷ୍ଟିଚ୍ୟୁସନ୍‍ ଏବଂ ଇନୋଭେସନ। ଏହା ଦ୍ୱାରା ସଫଳତା ପ୍ରାପ୍ତି ହୋଇପାରିବ। ଆସନ୍ତା ୨୫ ବର୍ଷ ଭାରତର ନିର୍ମାଣ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ। ଯୁବଶକ୍ତିର ଉପଯୋଗ ପାଇଁ ନିଜର ଭାବନାକୁ ବି ଯୁବ କରିବାକୁ ହେବ।

ଏହା ସେ କହିଛନ୍ତି, ଭାରତ ବିଶ୍ୱର ପଞ୍ଚମ ସର୍ବବୃହତ୍ତ ଅର୍ଥନୀତି। ଆମ ଲକ୍ଷ୍ୟ ହେଉଛି ଦେଶକୁ ତୃତୀୟ ବୃହତ୍ତ ଅର୍ଥନୈତିକ ରାଷ୍ଟ୍ରରେ ପରିଣତ କରିବା। ଭାରତୀୟ ଯୁବକମାନଙ୍କର ପ୍ରତିଭାକୁ ଦେଖି ବିଶ୍ୱ ଆଜି ବିସ୍ମିତ। ଆଜି ଭାରତର ମହିଳାମାନେ ଫାଇଟର୍‍ ଜେଟ୍‍ ଉଡ଼ାଉଛନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସେମାନେ ଉନ୍ନତ ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣୁଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ଯୁବଶକ୍ତିକୁ ଭବିଷ୍ୟତର ଚାହିଦାକୁ ଦୃଷ୍ଟିରେ ରଖି ନିଜକୁ ଗଢ଼ିତୋଳିବା ପାଇଁ ଆହ୍ୱାନ ଦେଇଛନ୍ତି।

Get real time updates directly on you device, subscribe now.