CHARIDHAM

ସାବାଡ୍ ହେବେ ଟ୍ରମ୍ପ: ଆଜିଠୁ ୪ଦିନିଆ ଜାପାନ ଓ ଚୀନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ଦୀର୍ଘ 7 ବର୍ଷ ପରେ ଚୀନ ଯିବେ ମୋଦୀ

4 ଦିନିଆ ଚୀନ ଓ ଜାପାନ ଗସ୍ତରେ ଯିବେ ନରେନ୍ଦ୍ର ମୋଦୀ । ଆଜି ରାତି 8ଟାରେ ବିଦେଶ ଗସ୍ତରେ ଯିବେ । ଦୀର୍ଘ 7 ବର୍ଷ ପରେ ଚୀନ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ।

ନୂଆଦିଲ୍ଲୀ: 4 ଦିନିଆ ଚୀନ ଓ ଜାପାନ ଗସ୍ତରେ ଯିବେ ନରେନ୍ଦ୍ର ମୋଦୀ । ଆଜି ରାତି 8ଟାରେ ବିଦେଶ ଗସ୍ତରେ ଯିବେ । ଦୀର୍ଘ 7 ବର୍ଷ ପରେ ଚୀନ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ । ଜାପାନ ପରେ ଚୀନ ଗସ୍ତରେ ଯିବେ ନରେନ୍ଦ୍ର ମୋଦୀ ।

ଆସନ୍ତାକାଲି ଅର୍ଥାତ୍ ୨୯ ତାରିଖ ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪ଦିନିଆ ଜାପାନ ଓ ଚୀନ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ପର୍ଯ୍ୟାୟରେ ୨୯ ଓ ୩୦ ତାରିଖ ଦୁଇ ଦିନ ଜାପାନ ଗସ୍ତ କରିବେ। ପରେ ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ରେ ଚୀନ ଗସ୍ତ କରିବେ।

ଜାପାନ ଗସ୍ତ କାଳରେ ମୋଦୀ ୧୫ତମ ଭାରତ-ଜାପାନ ବାର୍ଷିକ ଶିଖର ବୈଠକରେ ଯୋଗଦେବେ। ଏହି ବୈଠକରେ ଦୁଇ ଦେଶ ମଧ୍ୟରେ ରଣନୈତିକ, ଅର୍ଥନୈତିକ ଏବଂ ବୈଷୟିକ ସହଯୋଗକୁ ଆହୁରି ବୃଦ୍ଧି କରିବା ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି ।

ଏହା ପରେ ଚୀନ ଗସ୍ତ କାଳରେ ମୋଦୀ ତିଆନଜିନରେ ଅନୁଷ୍ଠିତ ସାଙ୍ଘାଇ ସମନ୍ବୟ ସଂଗଠନ (SEO) ବୈଠକରେ ଯୋଗ ଦେବେ। ଏହା ସହିତ ବୈଠକକୁ ଆସିଥିବା ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହିତ ମୋଦୀଙ୍କର ଦ୍ବିପାକ୍ଷିକ ଓ ବହୁପାକ୍ଷିକ ବୈଠକ ହେବ। ଏସସିଓ ବୈଠକକୁ ୨୦ଟି ରାଷ୍ଟ୍ରର ନେତାଙ୍କୁ ନିମନ୍ତ୍ରଣ କରାଯାଇଛି। ୨୦୧୯ପରେ ପ୍ରଥମ ଥର ପାଇଁ ଚୀନ ଗସ୍ତରେ ଯାଉଛନ୍ତି ମୋଦୀ। ପ୍ରଧାନମନ୍ତ୍ରୀଙ୍କ ଚୀନ ଗସ୍ତ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି ।

ବର୍ତ୍ତମାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷରୁ ତେଲ କିଣିବା ପାଇଁ ବ୍ରିକ୍ସ ଦେଶଗୁଡ଼ିକୁ ଟାର୍ଗେଟ କରିଛନ୍ତି ଏବଂ ଆମେରିକା ରାଷ୍ଟ୍ରପତି ଦାବି କରିଛନ୍ତି ଯେ ବ୍ରିକ୍ସ ଦେଶଗୁଡ଼ିକ ଡଲାରର ପ୍ରାଧାନ୍ୟକୁ ଚ୍ୟାଲେଞ୍ଜ କରୁଛନ୍ତି । ଏହା ସହ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ 25% ଶୁଳ୍କ ଲଗାଇଛି । ଏପରି ପରିସ୍ଥିତିରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତକୁ ରଣନୈତିକ ଦୃଷ୍ଟିରୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

ଜୁନ୍ ମାସର ପ୍ରାରମ୍ଭରେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚୀନ୍‌ର ଫିଙ୍ଗଡାଓ ସହରରେ ସାଂଘାଇ ସହଯୋଗ ସଂଗଠନ (SCO) ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକରେ ଯୋଗ ଦେଇଥିଲେ, ଯେଉଁଠାରେ ସେ ଏକ ଦଲିଲ୍ ସ୍ୱାକ୍ଷର କରିବାକୁ ମନା କରିଦେଇଥିଲେ । ଯାହାକି ଆତଙ୍କବାଦ ବିରୋଧରେ ଭାରତର କଠୋର ନୀତିକୁ ଦୁର୍ବଳ କରିପାରେ । ଆତଙ୍କବାଦ ପ୍ରସଙ୍ଗରେ ମତଭେଦ ଯୋଗୁଁ, ସାଂଘାଇ ସହଯୋଗ ସଂଗଠନ (SCO) ଏକ ମିଳିତ ବିବୃତ୍ତି ଜାରି ନକରିବାକୁ ନିଷ୍ପତ୍ତି ନେଇଥିଲା ।