fbpx

ଗୁଡନ୍ୟୁଜ୍ ଦେଲେ ପ୍ରିନ୍ସ ! ବିବାହର ୬ ବର୍ଷ ପରେ ମାତା ପିତା ହେବେ ପ୍ରିନ୍ସ-ୟୁଭିକା, ଇନଷ୍ଟାଗ୍ରାମରେ ଶେୟାର କଲେ ପୋଷ୍ଟ

Advertisement

ନୂଆଦିଲ୍ଲୀ: ଲୋକପ୍ରିୟ ରିୟଲିଟି ଶୋ ବିଗ୍ ବସ୍ ୯ର କପଲ ପ୍ରିନ୍ସ ନରୁଲା ଏବଂ ୟୁଭିକା ଚୌଧୁରୀଙ୍କ ଘରେ ନୂଆ ଅତିଥି ଆସିବାକୁ ଯାଉଛି । ଦୀର୍ଘ ୬ ବର୍ଷ ପରେ ପ୍ରିନ୍ସ ଏବଂ ୟୁଭିକା ପିତା- ମାତା ହେବାକୁ ଯାଉଛନ୍ତି । ପ୍ରିନ୍ସ ତାଙ୍କ ଇନଷ୍ଟାଗ୍ରାମରେ ଏକ ସୁନ୍ଦର ପୋଷ୍ଟ ମାଧ୍ୟମରେ ଫ୍ୟାନ୍ସଙ୍କ ସହ ଏହି ଖୁସି ଖବର ଶେୟାର କରିଛନ୍ତି ।

ପ୍ରିନ୍ସ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଏକ ବିଲ୍ଡିଂ ସମ୍ମୁଖରେ ନାଲି ରଂଗର ଗୋଟିଏ ବଡ଼ ଜିନ୍ ସହ ଏକା ପରି ଦେଖାଯାଉଥିବା ଛୋଟ ଖେଳନା ଜିପ୍ ଶେୟାର କରି ଲେଖିଛନ୍ତି, ‘ହେଲୋ, ମୁଁ ଜାଣିପାରୁ ନାହିଁ ନିଜ ଭାବନାକୁ କିପରି ବ୍ୟକ୍ତ କରିବି । ମୁଁ ଏକା ସାଙ୍ଗେ ଖୁସି ବି ଅଛି ଏବଂ ନର୍ଭସ ବି ଏବଂ ଭଗବାନଙ୍କୁ ଧନ୍ୟବାଦ ଜଣାଉଛି । ଖୁବ୍ ଶୀଘ୍ର ପ୍ରିଭିକା(ପ୍ରିନ୍ସ ଏବଂ ୟୁଭିକା)ଙ୍କ ବେବି ଆସିବାକୁ ଯାଉଛି । ମୁଁ ଚାହୁଁଛି ମାତା ପିତାମାନେ ଯେପରି ମୋର ଲାଳନ ପାଳନ କରିଥିଲେ ସେହିପରି ଆମେ ଆସୁଥିବା କୁନି ବେବିକୁ ଭଲ ମଣିଷ କରିବା ପାଇଁ ଚେଷ୍ଟା କରିବୁ । ସେଥିପାଇଁ ମୁଁ ଏତେ ପରିଶ୍ରମ କରିଥିଲି କି ଯେବେ ବି ମୁଁ ପିତା ହେବି କୁନି ବେବି ପାଇଁ ସବୁ କିଛି ପୂର୍ବରୁ ରହିବା ଉଚିତ । ଭଗବାନଙ୍କୁ ଧନ୍ୟବାଦ ଯିଏ ଆମକୁ ଏତେ ଖୁସି ଦେଇଛନ୍ତି । ଜୀବନର ସବୁଠାରୁ ସୁନ୍ଦର ଉପହାର ଦେବା ପାଇଁ ଥ୍ୟାଙ୍କ୍ ୟୁ ବେବି ।’ କହିରଖୁଛୁ ବିଗ୍ ବସ୍ ହାଉସରୁ ପ୍ରିନ୍ସ ଏବଂ ୟୁଭିକାଙ୍କ ଲଭ୍ ଷ୍ଟୋରୀ ଆରମ୍ଭ ହୋଇଥିଲା । ପରେ ୨୦୨୮ରେ ସେମାନେ ବିବାହ କରିଥିଲେ ।

Get real time updates directly on you device, subscribe now.