fbpx

କରୋନା ସକ୍ରଂମିତ ହେଲେ ମିଳିବ ୭ ଦିନ ଛୁଟି, କଟିବନି ଦରମା: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଲଖନଉ: ଉତ୍ତରପ୍ରଦେଶରେ ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ଯୋଗୀ ସରକାର ନୂଆ କରୋନା ଗାଇଡଲାଇନ୍ ଜାରି କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଜାରି ହୋଇଥିବା ନୂଆ କରୋନା ଗାଇଡଲାଇନ୍ ଅନୁସାରେ, ଘରୋଇ ଅଫିସର କୌଣସି କର୍ମଚାରୀ କରୋନା ପଜିଟିଭ ହେଲେ ତାଙ୍କୁ ସର୍ବନିମ୍ନ ୭ ଦିନର ଦରମା ସହିତ ଛୁଟି ମିଳିବ । ଏହା ବ୍ୟତୀତ ୱାର୍କ ଫର୍ମ ହୋମକୁ ପ୍ରୋତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

कोरोना संक्रमित होने पर मिलेगी 7 दिन की छुट्टी, नहीं कटेगी सैलरी, CM योगी ने किया ऐलान

ଏହା ସହ ନୂଆ ଗାଇଡଲାଇନ ଅନୁସାରେ, ସମସ୍ତ ସରକାରୀ ଓ ବେସରକାରୀ ଅଫିସରରେ ୫୦% କର୍ମଚାରୀ ଉପସ୍ଥିତ ରହିପାରିବେ । ସମସ୍ତ ଅଫିସରରେ କୋଭିଡ ହେଲ୍ପ ଡେସ୍କ ସ୍ଥାପନ କରିବା ବାଧ୍ୟତାମୂଳକ । ବିନା ଯାଞ୍ଚରେ କାହାକୁ ପ୍ରବେଶ ନକରିବାକୁ କୁହାଯାଇଛି । ସରକାରୀ ଓ ବେସରକାରୀ ଡାକ୍ତରଖାନାର ଆୟୁର୍ବେଦିକ ବିଭାଗ ଡାକ୍ତରମାନଙ୍କୁ ଭେଟିବା ପାଇଁ ଅନଲାଇନ୍ ସମୟ ନେବାକେୁ ପ୍ରୋତ୍ସାହିତ କରାଯିବ । କେବଳ ବିଶେଷ ପରିସ୍ଥିତିରେ ରୋଗୀମାନେ ଡାକ୍ତରଖାନାକୁ ଆସିବା ଉଚିତ୍ । ରୋଗୀଙ୍କୁ ଡିଜିଟାଲ ମାଧ୍ୟମରେ ଡାକ୍ତରୀ ପରାମର୍ଶ ସୁବିଧାର ବିକଳ୍ପ ଦିଆଯିବା ଉଚିତ୍ ।

Get real time updates directly on you device, subscribe now.