fbpx

ମଣିପୁରରେ ମହିଳାଙ୍କୁ ନିଃବସ୍ତ୍ର କରି ବୁଲାଇବା ଘଟଣାରେ କ୍ରୋଧ ପ୍ରକାଶ କରିଲେ ପ୍ରିୟଙ୍କା ଚୋପ୍ରା : ତୁରନ୍ତ ନ୍ୟାୟ ଦାବି କରିଲେ ଅଭିନେତ୍ରୀ

ମଣିପୁର : ମଣିପୁରରେ ମହିଳାଙ୍କୁ ନିଃବସ୍ତ୍ର କରି ବୁଲାଇବାର ଘଟଣା ସାରା ଦେଶକୁ କମ୍ପିତ କରି ଦେଇଛି । ଏହି ହୃଦୟଥରା ଘଟଣାର ଭିଡିଓ ବୁଧବାରକୁ ଭାଇରାଲ ହୋଇଥିଲା । ସେବେଠାରୁ ଲୋକେ ସୋଶିଆଲ ମିଡିଆରେ ଏଥି ପ୍ରତି ଥିବା ନିଜର ରାଗକୁ ପ୍ରକାଶ କରୁଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସମସ୍ତେ ଦାବି କରୁଛନ୍ତି । ଏନେଇ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀଙ୍କ ଏହି ମାମଲାରେ କ୍ରୋଧ ପ୍ରକାଶ କରିଲେ । ଏବେ ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏହି ଘଟଣା ଉପରେ ନିଜର କଡା ପ୍ରତିକ୍ରିୟା ଦେଇଛନ୍ତି ।

ହିଂସାରେ ପ୍ରଭାବିତ ମଣିପୁରରେ ଦୁଇ ଆଦିବାସି ମହିଳାଙ୍କୁ ନିଃବସ୍ତ୍ର କରି ବୁଲାଇବାର ଭୟାନକ ଘଟଣା ଉପରେ ପ୍ରିୟଙ୍କା ଚୋପ୍ରା ନିଜର କ୍ରୋଧ ପ୍ରକାଶ କରିଲେ । ଏନେଇ ସେ କହିଲେ ଯେ, ଏହା ଏକ ସାମାଜିକ ଲଜ୍ୟା ଏବଂ ପୂରା ଦେଶ ଏହା ବିରୋଧରେ ଉଚ୍ଚ ସ୍ୱରର ଦାବି କରିଥିଲେ । ଅଭିନେତ୍ରୀ ନିଜର ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି ଯେ, ଏକ ଭିଡିଓ ଭାଇରାଲ ହେଉଛି…. ଜଘନ୍ୟ ଅପରାଧ ହେବାର ୭୭ ଦିନ ପରେ…. କାର୍ଯ୍ୟାନୁଷ୍ଟାନ ପୂର୍ବରୁ ଯୁକ୍ତି? କାରଣ? କିଛି ଫରକ ପଡୁ ନାହିଁ – କ’ଣ ଏବଂ କାହିଁକି, ଆମେ ମହିଳଅଙ୍କୁ କୌଣସି ବି ପରିସ୍ଥତିରେ ଖେଳର ମୋହରା ବନାଇ ପାରିବା ନାହିଁ ।

ପ୍ରିୟଙ୍କା ନିଜ ପୋଷ୍ଟର ଆଗରେ ଲେଖିଲେ, ଏହା ଏକ ସାମାଜିକ ଲଜ୍ୟା ପୂର୍ଣ୍ଣ ଘଟଣା ଏବଂ ମଣିପୁର ମହିଳାଙ୍କ ପାଇଁ ନ୍ୟାୟ ହେବା ଦରକାର । ସାମାଜିକ ଲଜ୍ୟା ଏବଂ ରାଗ ପାଇଁ ବର୍ତ୍ତମାନ କେବଳ ଗୋଟିଏ ଜିନିଷ ଯେ ନ୍ୟାୟ ମିଳୁ । ଏଥେôଯାଗୁଁ ଏକତ୍ର ସ୍ୱର ଉଠାଇବା ଦରକାର -ତୁରନ୍ତ ନ୍ୟାୟ ଦିଆଯାଉ ।

Get real time updates directly on you device, subscribe now.