fbpx

ଅଭିନେତ୍ରୀ ପ୍ରଥମଥର ଦେଖାଇଲେ ଝିଅର ମୁହଁ, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ: ବଲିଉଡ଼ ତଥା ହଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିବା ପ୍ରିୟଙ୍କା ଚୋପ୍ରା ନିଜ ଝିଅର ମୁହଁ ଲୁଚାଇ ଆସୁଥିଲେ । ହେଲେ ଆଜି ତାଙ୍କ ଝିଅର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି । ଏଥର ଅଭିନେତ୍ରୀ ପ୍ରିୟଙ୍କା ଅଫିସିଆଲି ନିଜ ଝିଅର ମୁହଁ ସୋସିଆଲ ମିଡ଼ିଆରେ ଛାଡ଼ିଛନ୍ତି ।

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଲାଁସ ଏଞ୍ଜିଲସର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ନିକ୍ ଜୋନାସ, କେୱିନ ଏବଂ ଜୋ ଜୋନସଙ୍କ ସହ ହଲିଉଡ଼ ୱାକ ଅଫ ଫେମ୍ ତାରକା ଭାବେ ଉନ୍ମୋଚିତ ହୋଇଥିଲେ । ଅଭିନେତ୍ରୀଙ୍କ ଦ୍ୱାରା ସେୟାର କରାଯାଇଥିବା ଭିଡ଼ିଓରେ ଜୋନାସ ବ୍ରଦର ଷ୍ଟେଜ ଉପରେ ନିଜକୁ ପରିବେଷଣ କରିଥିଲେ । ସେଠାରେ ପ୍ରିୟଙ୍କା ଆଗ ଧାଡ଼ିରେ ଝିଅ ମାଳତୀ ମେରୀ କୁ ଧରି ବସିଥିଲେ ଏବଂ ନିକଙ୍କ ପାଇଁ ଚିୟର କରୁଥିବାର ନଜର ଆସିଥିଲେ ।

ତେବେ ଏହି ଭିଡ଼ିଓରେ ମାଳତୀ ମେରୀଙ୍କ ଚେହେରା ସମ୍ପୂର୍ଣ୍ଣ ଦେଖିବାକୁ ମିଳିଛି । ଏହା ଜଣା ପଡ଼ିନାହିଁ ଯେ, ପ୍ରିୟଙ୍କା ତାଙ୍କ ଝିଅଙ୍କ ଫଟୋ ଜାଣିଶୁଣି ଛାଡ଼ିଛନ୍ତି କି ନାହିଁ ତାହା ଜଣା ପଡ଼ିନଥିବା ବେଳେ ସୋସିଆଲ ମିଡ଼ିଆରେ ଏହି ଫଟୋ ଜୋରସୋରରେ ଭାଇରାଲ ହୋଇ ଫ୍ୟାନ୍ସ ମାନଙ୍କର ରିଆକ୍ସନ ଦେଖିବାକୁ ମିଳିଛି ।

ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ ୨୦୧୮ ମସିହାର ୧ ଏବଂ ୨ ଡ଼ିସେମ୍ବରରେ ଖ୍ରୀଷ୍ଟିଆନ ଏବଂ ହିନ୍ଦୁ ରୀତିନୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହାପରେ ପ୍ରିୟଙ୍କା ଚୋପ୍ରା ସରୋଗେସୀ ମଦରଙ୍କ ଦ୍ୱାରା ପିଲା ଜନ୍ମ କରିବା କଥା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପ୍ରକାଶ କରିଥିଲେ । ବର୍ତ୍ତମାନ ପ୍ରିୟଙ୍କାଙ୍କ ଝିଅର ଫଟୋ ସୋସିଆଲ୍ ମିଡ଼ିଆରେ ଦେଖିବାକୁ ମିଳିଛି ।

 

 

View this post on Instagram

 

A post shared by Priyanka (@priyankachopra)

Get real time updates directly on you device, subscribe now.