ୱାୟନାଡ ଉପନିର୍ବାଚନ: ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ: କେରଳର ୱାୟନାଡ ଲୋକସଭା ଆସନର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପ୍ରିୟଙ୍କା ଗାନ୍ଧୀ ଏହି ଆସନରୁ ଲଢ଼ିବେ । ଏନେଇ କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଛି । ରାହୁଲ ଗାନ୍ଧୀ ଏହି ଆସନରୁ ଇସ୍ତଫା ଦେବା ପରେ ଏହି ଆସନ ଖାଲି ପଡ଼ିଥିଲା । ଆଜି ଭାରତୀୟ ନିର୍ବାଚନ ଆୟୋଗ ୱାୟାନାଡ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ । ନଭେମ୍ବର ୧୩ ତାରିଖରେ ଏହି ଆସନରେ ଉପନିର୍ବାଚନ ହେବ ଓ ୨୩ ତାରିଖରେ ଫଳାଫଳ ଘୋଷଣା ହେବ ।

ସୂଚନାଯୋଗ୍ୟ ଯେ, ରାଜନୀତିରେ ପ୍ରିୟଙ୍କା ବହୁ ପୂର୍ବରୁ ପ୍ରବେଶ କରିସାରିଥିଲେ ହେଁ ସେ କେବଳ ପାର୍ଟି ସହ ଜଡ଼ିତ ରହିଥିଲେ । ସେ ଦଳ ତରଫରୁ ବିଭିନ୍ନ ପଦରେ ରହିଥିଲେ ହେଁ ସଂସଦର କୌଣସି ଗୃହର ସଦସ୍ୟ ନଥିଲେ । ପ୍ରିୟଙ୍କା ସକ୍ରିୟ ରାଜନୀତିକୁ ଆସିବା ନେଇ ପୂର୍ବରୁ ମଧ୍ୟ ଅନୁମାନ କରାଯାଉଥିଲା । ରାହୁଲ ଗାନ୍ଧୀ ଗତ ଲୋକସଭା ନିର୍ବାଚନ ସମୟରେ ଉତ୍ତରପ୍ରଦେଶର ଆମେଠୀ ଆସନ ଛାଡ଼ି ରାୟବରେଲୀରୁ ଲଢ଼ିବା ସମୟରେ ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କ ବିପକ୍ଷରେ ପ୍ରିୟଙ୍କା ଆମେଠୀରୁ ଲଢ଼ିବା ନେଇ ଚର୍ଚ୍ଚା ହୋଇଥିଲା ।

Get real time updates directly on you device, subscribe now.