fbpx

(Video) କର୍ଣ୍ଣାଟକରେ କଂଗ୍ରେସ ଆଗୁଆ: ମନ୍ଦିରରେ ପହଞ୍ଚିଲେ ପ୍ରିୟଙ୍କା ଗାନ୍ଧୀ, ବିଜୟ ପାଇଁ ଚାଲିଛି ପ୍ରାର୍ଥନା

ଶିମଲା: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ଆଗୁଆ ରହିଛି । କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​ପ୍ରାରମ୍ଭିକ ଧାରା କଂଗ୍ରେସ ସପକ୍ଷରେ ଯାଉଥିବା ଜଣାପଡିଛି । ଏହି ବିଧାନସଭା ନିର୍ବାଚନରେ ​​କଂଗ୍ରେସ ୧୦୫ ଟି ଆସନରେ, ୮୭ ଟିରେ ବିଜେପି, ୨୭ ଟିରେ ଜେଡିଏସ ଏବଂ ଅନ୍ୟ ୫ ଟି ଆସନରେ ଅଗ୍ରଣୀ ଥିବା ଜଣାପଡିଛି । ଏହି ସମୟରେ କଂଗ୍ରେସର ସାଧାରଣ ସମ୍ପାଦକ ଶିମଲାର ଏକ ମନ୍ଦିରରେ ବିଜୟ ପାଇଁ ପ୍ରାର୍ଥନା କରିଛନ୍ତି । ପ୍ରିୟଙ୍କା ଗାନ୍ଧୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​ମଧ୍ୟ ପ୍ରଚାର କରିଥିଲେ । ନିର୍ବାଚନ ପ୍ରଚାର ସମୟରେ ପ୍ରିୟଙ୍କା ବିଜେପି ଉପରେ କଡ଼ା ଆକ୍ରମଣ କରିଥିଲେ ।

ପାର୍ଟି ପକ୍ଷରୁ ପ୍ରିୟଙ୍କା ମନ୍ଦିର ରେ ପୂଜାର୍ଚ୍ଚନା କରିବା ଭିଡିଓ ସେୟାର କରାଯାଇଛି । ପ୍ରିୟଙ୍କା ସେଠାରେ ଦେଶର ଏବଂ କର୍ଣ୍ଣାଟକର ସୁଖସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି । ସେହିପରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ମଧ୍ୟ ହୁବାଲ୍ଲୀସ୍ଥିତ ହନୁମାନ ମନ୍ଦିର ଦର୍ଶନ କରିଛନ୍ତି।

ଏହାପୂର୍ବରୁ କଂଗ୍ରେସ ରାହୁଲ ଗାନ୍ଧିଙ୍କ ଏକ ଭିଡିଓ ସେୟାର କରିଥିଲା। ଭିଡିଓ ସେୟାର କରି କଂଗ୍ରେସ କ୍ୟାପସନ ଦେଇ ଲେଖିଥିଲା, ମୁଁ ଅଜୟ, ମୋର ବହୁତ ଭରସା ରହିଛି, ହଁ ମୁଁ ଆଜି ଅଜୟ । ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି କି, କର୍ଣ୍ଣାଟକ ନିର୍ବାଚନ ପରିଣାମ ପାଇଁ କଂଗ୍ରେସ ମଧ୍ୟରେ ଏଭଳି ଉତ୍ସାହ ଦେଖିବାକୁ ମିଳିଛି ।

priyanka gandhi

ସୂଚନାଯୋଗ୍ୟ, ଆଜି ସକାଳ ୮ଟା ବେଳେ କର୍ଣ୍ଣାଟକ ବିଧାନସଭା ଭୋଟ୍ ଗଣନା ଆରମ୍ଭ ହେବାର ଦେଢ଼ ଘଣ୍ଟା ପରେ କଂଗ୍ରେସ ସମୁଦାୟ ଆସନରୁ କଂଗ୍ରେସ ଅଧାରୁ ଅଧିକରେ ଆଗୁଆ ରହିଛି । ୨୨୪ ଆସନବିଶିଷ୍ଟ ବିଧାନସଭାରେ କଂଗ୍ରେସ ୧୩୦ରୁ ଊର୍ଦ୍ଧ୍ବ ଆସନରେ ବିଜୟୀ ହେବ ବୋଲି କଂଗ୍ରେସ ନେତା ଆଶା ରଖିଛନ୍ତି ।ତେବେ ଏପର୍ଯ୍ୟନ୍ତ ଗଣତି ସୁଦ୍ଧା କଂଗ୍ରେସ ୧୩୨ ସିଟରେ ଆଗୁଆ ରହିଛି । ସେହିପରି ବିଜେପି ୭୩ରେ, ଜେଡିଏସ୍‌ ୧୭ ଏବଂ ଅନ୍ୟାନ୍ୟ ୨ଟି ଆସନରେ ଆଗୁଆ ରହିଛି ।

ଶିମୁଲାର ଜାଖୁରେ ସ୍ଥିତ ପ୍ରଭୁ ହନୁମାନଙ୍କର ସାରା ଦେଶରେ ମାନ୍ୟତା ରହିଛି । ଦୂର ଦୂରାନ୍ତରୁ ଲୋକମାନେ ନିଜ ମନୋକାମନା ନେଇ ଦର୍ଶନ କରିବାକୁ ଏଠାକୁ ଆସନ୍ତି । ଏଥର କର୍ଣ୍ଣାଟକ ନିର୍ବାଚନରେ ​​ଭଗବାନ ହନୁମାନଙ୍କ ନାମ ବହୁଳ ଭାବରେ ବ୍ୟବହୃତ ହୋଇଛି। ଶିମଲା ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନରେ ​​କଂଗ୍ରେସର ବିଜୟ ପରେ ସମସ୍ତ କାଉନସିଲର ବଜରଙ୍ଗବାଲି ମନ୍ଦିରରେ ପହଞ୍ଚିଥିଲେ। ଯାହାର ଚିତ୍ର କଂଗ୍ରେସର ବରିଷ୍ଠ ନେତାମାନେ ମଧ୍ୟ ଟ୍ୱିଟ୍ କରିଛନ୍ତି।

Get real time updates directly on you device, subscribe now.