fbpx

ନିର୍ବାଚନ ପ୍ରସ୍ତୁତି ପାଇଁ ୟୁପିରେ ପ୍ରିୟଙ୍କା ଗାନ୍ଧୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ନିର୍ବାଚନ ପାଇଁ ଏବେଠାରୁ ହିଁ ରାଜନୀତି ସରଗରମ ହେବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ତିନି ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଲକ୍ଷ୍ନୌ ପହଞ୍ଚିଛନ୍ତି ପ୍ରିୟଙ୍କା ଗାନ୍ଧୀ । ପ୍ରିୟଙ୍କା ୧୮ ଜୁଲଇ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶରେ ରହିବେ । ଏହି ସମୟରେ ସେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି ବିଷୟରେ ଅନୁଧ୍ୟାନ କରିବେ ।

ସୂଚନାଯୋଗ୍ୟ, ଗତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତିରେ କୌଣସି ବି ଅବହେଳା ରଖିବାକୁ ଚାହୁଁନାହିଁ । ଏହି ପରିପ୍ରେକ୍ଷୀରେ ପିୟଙ୍କା ଗାନ୍ଧୀ ଉତ୍ତର ପ୍ରଦେଶ ପହଞ୍ଚିଛନ୍ତି । ପ୍ରିୟଙ୍କା ଗାନ୍ଧୀ ପ୍ରାୟ ଦେଢ଼ ବର୍ଷ ପରେ ଉତ୍ତର ପ୍ରଦେଶରେ ପହଞ୍ଚିଛନ୍ତି ।

ନିଜର ଏହି ଗସ୍ତରେ ପ୍ରିୟଙ୍କା ୨୦୨୨ ବିଧାନସଭା ନିର୍ବାଚନ ପାଇଁ ସଂଗଠନ ମଜବୁତ କରିବେ । ଲକ୍ଷ୍ନୌରେ ବିଭିନ୍ନ ସ୍ଥାନରେ ପ୍ରିୟଙ୍କାଙ୍କ ସ୍ୱାଗତ ପାଇଁ ପୋଷ୍ଟର ଆଦି ଲଗାଯାଇଛି । ପ୍ରିୟଙ୍କା ଗାନ୍ଧୀ ହଜରତଗଞ୍ଜ ସ୍ଥିତ ଗାନ୍ଧୀ ମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ପାର୍ଟ ମୁଖ୍ୟାଳୟରେ ପହଞ୍ଚି ବେଠକରେ ଯୋଗ ଦେଇଛନ୍ତି ।

Get real time updates directly on you device, subscribe now.